ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ । ପୁରୀରେ ବର୍ତ୍ତମାନ ଚନ୍ଦନ ଯାତ୍ରା ଜାରି ରହିଥିବା ବେଳେ ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଯୁବକ ମୃତ । ଆଜି ଅପରାହ୍ନରେ ଗାଧେଇବା ବେଳେ ଯୁବକ ଜଣକ ପୋଖରୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଏନେଇ ଖବର ପାଇବା ପରେ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲା । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହି ସର୍ଚ୍ଚ ଅପରେସନରେ ୨ ଜଣ ସ୍କୁବା ଡ୍ରାଇଭର ମଧ୍ୟ ନିୟୋଜିତ ଥିଲେ । ତେବେ ଅଧଘଣ୍ଟାର ସର୍ଚ୍ଚ ଅପରେସନ ପରେ ଅଗ୍ନିଶମ ବାହୀନିଙ୍କ ଦ୍ୱାରା ଯୁବକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମୃତ ଯୁବକଙ୍କ ପରିଚୟ ମିଳିପାରିନି ।

Leave a Reply

Your email address will not be published. Required fields are marked *