ଟେଷ୍ଟରୁ ସନ୍ନ୍ୟାସ ନେଲେ ବିରାଟ କୋହଲି । ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଅବସର ଘୋଷଣା କଲେ ବିରାଟ । କିଛିଦିନ ତଳେ ଅବସର ନେଇଥିଲେ ରୋହିତ ଶର୍ମା । ଗତ ସପ୍ତାହରେ ବିରାଟ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଜି ଅବସର ନେଇ ସେ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ଏହାପୂର୍ବରୁ ସେ ଟି-୨୦ ଅବସର ନେଇସାରିଛନ୍ତି କୋହଲି । ବିରାଟ ଟେଷ୍ଟରେ ୧୨୩ଟି ମ୍ୟାଚ୍ ଖେଳିଚନ୍ତି ଏହି ସମୟ ମଧ୍ୟରେ ସେ ୪୬.୮୫ ହାରରେ ୯୨୩୦ ରନ କରିଥିଲେ। ଟେଷ୍ଟ ଫର୍ମାଟରେ କୋହଲିଙ୍କ ସର୍ବାଧିକ ସ୍କୋର ହେଉଛି ୨୫୪ ରନ୍ ।

ବିରାଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ‘ଟେଷ୍ଟ କ୍ରିକେଟରେ ମୁଁ ପ୍ରଥମ ଥର ପାଇଁ ନୀଳ ଜର୍ସି ପିନ୍ଧିବାର ୧୪ ବର୍ଷ ହୋଇଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ୍ ମୋତେ କେଉଁ ଯାତ୍ରାରେ ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଜର୍ସି ମୋତେ ପରୀକ୍ଷା କଲା, ମୋତେ ଗଢିତୋଳିଲା ।

ସେ ଆହୁରି ଲେଖିଛନ୍ତି ଧଳା ପୋଷାକ ପିନ୍ଧି ଖେଳିବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅଭିଜ୍ଞତା। ନୀରବ କଠିନ ପରିଶ୍ରମ, ଲମ୍ବା ଦିନ, ଛୋଟ ଛୋଟ ମୁହୂର୍ତ୍ତ ଯାହାକୁ କେହି ଦେଖି ନାହାନ୍ତି, କିନ୍ତୁ ସେଗୁଡ଼ିକ ସବୁଦିନ ପାଇଁ ନିଜ ସହିତ ରହିଥାଏ। ମୁଁ ଏହି ଫର୍ମାଟରୁ ଦୂରେଇ ଯିବା ସହଜ ନୁହେଁ – କିନ୍ତୁ ଏହା ଠିକ୍ ଲାଗୁଛି।

 

Leave a Reply

Your email address will not be published. Required fields are marked *