ଅପରେସନ ସିନ୍ଦୂର ପରେ ପ୍ରତିଶୋଧର ନିଆଁରେ ଜଳୁଛି ପାକିସ୍ତାନ । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତୀବ୍ରତାକୁ ଦୃଷ୍ଟିରେ ରଖି ଭାରତର ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ହାଇଆଲର୍ଟ ଜାରି କରାଯାଇଛି । ଏନେଇ ଓଡ଼ିଶାର ବାଲେଶ୍ବରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ପାଇଁ ହାଇଆଲର୍ଟ ଜାରି କରାଯାଇଛି । ଆଜି ସୁରକ୍ଷା ବୈଠକ ଡାକିଲେ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି । ଅପରାହ୍ନ ୨ଟାରେ PXE କ୍ୟାମ୍ପସ୍ରେ ଉକ୍ତ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ITR ନିର୍ଦ୍ଦେଶକ, PXE ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍ପି ଯୋଗ ଦେବେ ବୋଲି ସୂଚନା ମିଳିଛି । ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ଏହା ସହ ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ସତର୍କ କରାଯିବା ସହିତ ଶତ୍ରୁ ପକ୍ଷଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । Post navigation ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପଞ୍ଜାବ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍