ଆସନ୍ତାକାଲି ନିଟ୍ ପରୀକ୍ଷା ଥିବାବେଳେ ଆଜି ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ନେଇ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ଘଟଣାରେ ୪ ଦଲାଲଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଓଡ଼ିଶାରୁ ୨ ଜଣ, ବିହାର ଓ ଝାଡ଼ଖଣ୍ଡରୁ ଜଣେ ଲେଖାଏଁ ଗିରଫ ହୋଇଛନ୍ତି । ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । ଏହି ଦଲାଲ ମାନେ ଲକ୍ଷାଧିକ ଟଙ୍କା ନେଇ ମେଡିକାଲ୍ ସିଟ୍ ପାଇଁ ଡିଲ୍ କରୁଥିଲେ । ଏକାଧିକ ଘରୋଇ ମେଡିକାଲ୍ କଲେଜ୍ ସହ ଏହି ଗ୍ୟାଙ୍ଗ୍ର ସମ୍ପୃକ୍ତି ର ଅଭିଯୋଗ ମଧ୍ୟ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ୯୦ ଲକ୍ଷ ଟଙ୍କାର ଚେକ ସହ କିଛି ବଳଙ୍କ ଚେକ ମଧ୍ୟ ଜବତ ହୋଇଛି । Post navigation ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ, ସେ ହେଉଛି ପୁରୀ: ସମ୍ବିତ ପାତ୍ର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍ ସୂଚନା