ପୁଣି ମାଓସଂଗଠନକୁ ବଡ଼ ଝଟକା । ଏକାବେଳେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ ବିଜାପୁରରେ ୨୪ ମାଓବାଦୀ । ଛତିଶଗଡ଼ରେ ପୂର୍ବ ଏବଂ ପଶ୍ଚିମ ବସ୍ତର ଡିଭିଜନର ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୨୪ ଜଣ ମାଓବାଦୀ ଛତିଶଗଡ଼ ବୀଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଥିବାବେଳେ ୧୪ଜଣ ମାଓବାଦୀଙ୍କ ଉପରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଭୈରମଗଡ଼ ଏରିଆ କମିଟିର ସୁଡ୍ରୁ ହେମଲା ଓ ପାର୍ତପୁର ଏରିଆ କମିଟିର କମଲି ମୋଡିଆମ୍ ଓରଫ୍ ଉର୍ମିଲା । ଏମାନଙ୍କ ନାଁରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିଲା । ଜୟମୋତି ପୁନେମ ନାଁରେ ୩ ଲକ୍ଷ ଓ ମଙ୍ଗୁ ପୁନେମ ପାଇଁ ୫୦ ହଜାର ମୁଣ୍ଡ ଜାମିନ ରଖାଯାଇଥିଲା । ଅନ୍ୟ ମାଓବାଦୀଙ୍କ ମଧ୍ୟରେ ବୁଜ୍ଜି ପଦମ୍, ସୁକ୍କୋ ପୁନେମ୍, ହିଡମେ ଭେକୋ, ସୋନି କୋର୍ସା ଏବଂ ଲଚ୍ଛା ତାତିଙ୍କ ପ୍ରତ୍ୟେକଙ୍କ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଥିଲା । ପ୍ରତ୍ୟେକ ଆତ୍ମସମର୍ପଣକାରୀ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ମିଳିଛି ଏବଂ ସରକାରଙ୍କ ନୀତି ଅନୁଯାୟୀ ସେମାନଙ୍କୁ ପୁନର୍ବାସ କରାଯିବ। ବିଜାପୁର ପୋଲିସ ଅଧୀକ୍ଷକ ଜିତେନ୍ଦ୍ର କୁମାର ଯାଦବଙ୍କ ସୂଚନା ମୁତାବକ , ଆତ୍ମସମର୍ପଣ କରିଥିବା ମାଓବାଦୀ ଅମାନବାୟ ମାଓ ଚିନ୍ତାଧାରା, ସ୍ଥାନୀୟ ଆଦିବାସୀଙ୍କ ଉପରେ ଅଯଥା ଅତ୍ୟାଚାରକୁ ନେଇ ଅତିଷ୍ଠ ହୋଇପଡିଛନ୍ତି । ସେମାନେ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ’ଭଲ ଗାଁ’ ଅଭିଯାନ ଦ୍ବାରା ପ୍ରଭାବିତ ହୋଇଛନ୍ତି । Post navigation ଜମ୍ମୁ-କାଶ୍ମୀର ୮୭ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୪୮ଟିକୁ ବନ୍ଦ କଲେ ଜାମ୍ମୁ-କାଶ୍ମୀର ସରକାର ପୁଣି ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଆଦେଶ ବୃଦ୍ଧି