3 from odisha-received-padma-shree-award-
ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ବିଜେତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ତେବେ ଓଡ଼ିଶାରୁ ୩ ଜଣ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି  । ସେମାନେ ହେଲେ ଅଦ୍ୱେତ ଚରଣ ଗଡ଼ନାୟକ (କଳା), ପ୍ରଫେସର (ଡ. ଅଶୋକ କୁମାର ମହାପାତ୍ର (ଚିକିତ୍ସା) ଏବଂ ଦୁର୍ଗା ଚରଣ ରଣବୀର (କଳା) ।
 
ଅଦ୍ୱୈତ ଚରଣ ଗଡ଼ନାୟକ ଜଣେ ପ୍ରସିଦ୍ଧ ଭାରତୀୟ ମୂର୍ତ୍ତିଶିଳ୍ପୀ ଥିବାବେଳେ ଡାକ୍ତର ଅଶୋକ କୁମାର ମହାପାତ୍ର ଦେଶର ଜଣେ ବିଶିଷ୍ଟ ନ୍ୟୁରୋ ସର୍ଜନ । ସେହିପରି ଦୁର୍ଗା ଚରଣ ରଣବୀର ତାଙ୍କର ଅସାଧାରଣ ନୃତ୍ୟକଳା ପାଇଁ ଜଣାଶୁଣା ।
 
ପୁରସ୍କାର ପାଇଥିବା ଲୋକଙ୍କ ମଧ୍ୟରେ ଜନସେବା, ଚିକିତ୍ସା, ଶିଳ୍ପ, କଳା, ବିଜ୍ଞାନ, ଚଳଚ୍ଚିତ୍ର ଆଦି ବିଭିନ୍ନ ଜଗତର ଅନେକ ଲୋକ ଅଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *