ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଦେଶର ୪୭ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବିତରଣ କରିଛନ୍ତି । ନବନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ‘ନାଗରିକ ଦେବୋ ଭବ’ ମନ୍ତ୍ର ନେଇ କାମ କରିବାକୁ କହିଛନ୍ତି । ଏହି ଅବସରରେ ଭୁବନେଶ୍ୱର ରୋଜଗାର ମେଳାରେ କେନ୍ଦ୍ରମନ୍ତ୍ରୀ ହର୍ଷ ମଲହୋତ୍ରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ୨୫୮ଜଣ ଯୁବକ ଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି । Post navigation ମାଟିରେ ମିଶିଲା ଆଉ ୨ ଆତଙ୍କବାଦୀଙ୍କ ଘର ଦେଶର ପ୍ରତିରକ୍ଷା ସମ୍ପର୍କିତ ଅପରେସନ୍ ଦୃଶ୍ୟ ମିଡିଆରେ ପ୍ରସାରଣ କରିବାକୁ ବାରଣ