ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବିରେ ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣିରେ ଚାଲିଛି ଆନ୍ଦୋଳନ । ୧୫ ବର୍ଷ ହେବ ପ୍ରତିଶ୍ରୁତି ଦେଇ ବି ପୂରଣ କରୁନି ଏମସିଏଲ୍। ସେଥିପାଇଁ ତାତିଛନ୍ତି ଲୋକେ ଓ ଆରମ୍ଭ କରିଛନ୍ତି ଆନ୍ଦୋଳନ ।

ସୂଚନା ଯୋଗ୍ୟ; ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣି ପାଇଁ ନିଜର ଜମି ଦେଇଥିଲେ ଗ୍ରାମବାସୀ । ଜମି ବଦଳରେ ଏମ୍‌ସିଏଲ୍‌ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲା ଯେ ପରିବାର ଜଣଙ୍କୁ ନିଯୁକ୍ତି ମିଳିବ ସହ ଥଇଥାନ କରାଯିବ । କିନ୍ତୁ  ୧୫ ବର୍ଷ ହେବ ପ୍ରତିଶ୍ରୁତି ଦେଇ ଏମସିଏଲ୍ ଏ ପର୍ଯ୍ୟନ୍ତ ନ ଥଇଥାନ କଲା ନା ନିଯୁକ୍ତି ଦେଲା କୌଣସି କ୍ଷତିପୂରଣ ଦେଇଛି । ଯାହାକୁ ନେଇ ଏବେ କୋଇଲା ଖଣିରେ ଆନ୍ଦୋଳନରେ ବସିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *