ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶାକ୍ୟସିଂହ ମିଶ୍ରଙ୍କ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ସେ ଦୀର୍ଘଦିନ ହେବ ନିମୋନିଆ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ସେ ଜଣେ ସ୍ନେହୀ, ପରୋପକାରୀ ଓ ଦରଦୀ ମଣିଷ ଥିଲେ । ଜଣେ ଦୃଢ଼ ସଂଗଠକ ଭାବେ ଦଳକୁ ସୃଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତାଙ୍କ ବିୟୋଗରେ ଦଳରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିବା ସହ ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ମିଶ୍ରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ସାମଲ ପ୍ରାର୍ଥନା କରିଛନ୍ତି । Post navigation କୋଟିଆ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ସ୍ଥିତି ଅନୁଧ୍ୟାନ ପାଇଁ ଗଠିତ ହେବ କମିଟି ଜଳୁଛି ପଶ୍ଚିମ ଓଡ଼ିଶା; ୪୬ ଡିଗ୍ରୀ ଟପିଲା ଝାରସୁଗୁଡ଼ା