ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪ । ଆଇଏଏସ, ଆଇଏଫଏସ, ଆଇପିଏସ ଓ ସେଣ୍ଟ୍ରାଲ ସର୍ଭିଲ ଗ୍ରୁପ-A ଓ ଗ୍ରପ B ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୧୧୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ଶକ୍ତି ଦୁବେ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ଵିତୀୟରେ ହର୍ଷିତା ଗୋୟଲ ଓ ଡୋଙ୍ଗ୍ରେ ଅର୍ଚିତ ପରାଗ ତୃତୀୟ ସ୍ଥାନରେ ରହିଛନ୍ତି । ୟୁପିଏସସି ସିଭିଲ୍ ସର୍ଭିସ୍-୨୦୨୪ ଓଡ଼ିଶାର ଛାତ୍ରଛାତ୍ରୀ ମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଓଡ଼ିଶାର ରିତିକା ରଥ ୪୮ତମ ସ୍ଥାନରେ ରହିଥିବା ବେଳେ ଓଡ଼ିଶା ଦେବିକା ପ୍ରିୟଦର୍ଶିନୀ ୯୫ତମ, ଆଦିତ୍ୟ ଆଚାର୍ଯ୍ୟ ୯୬ତମ, ଦୀପ୍ତି ରଂଜନ ପତି ୧୬୪, ରଶ୍ମୀ ପ୍ରଧାନ ୧୭୫, ନୀଳମାଧବ ପ୍ରଧାନ ୧୯୩, ଆଶୁତୋଷ ମିଶ୍ର ୧୯୮ରେ ଓ ଅନୁପ ନାୟକ ୨୧୨ ରାଙ୍କ୍ରେ ରହିଛନ୍ତି । Post navigation ୨୪ରେ ନୂଆ ରାସନ କାର୍ଡ ବଣ୍ଟନ ଆସନ୍ତା ଦୁଇ ଦିନରେ ହୋଇପାରେ ସ୍କୁଲ ଛୁଟି; ଆଗୁଆ ଖରା ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲା ରାଜସ୍ଵ ବିଭାଗ