କୋରାପୁଟ ଜିଲ୍ଲାକୁ ମିଳିଲା ସମ୍ମାନ । ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ ଓ ସଫଳତା ରୂପାୟନ ପାଇଁ ଆଜି କୋରାପୁଟ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଏକ୍ସିଲେନସ-୨୦୨୫ ଆଓ୍ବାର୍ଡରେ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ମାନ ଗ୍ରହଣ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ୍ । ସିଭିଲ ସର୍ଭିସ ଡେ’ ଅବସରରେ କୋରାପୁଟ ଜିଲ୍ଲାପାଳଙ୍କୁ ଦିଆଯାଇଛି ପିଏମ ଆୱାର୍ଡ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ୭୧୦ଟି ଜିଲ୍ଲା ମଧ୍ୟରୁ ମାତ୍ରା ୫ ଜିଲ୍ଲା ଏହି ଆୱାର୍ଡ ପାଇବା ପାଇଁ ବିବେଚିତ ହୋଇଥିଲା । ଏହି ୫ଟି ଜିଲା ମଧ୍ୟରେ ଓଡ଼ିଶାର କୋରାପୁଟ ସ୍ଥାନ ମିଳିଥିଲା । ‘ଜିଲ୍ଲା ଗୁଡିକର ସମଷ୍ଟିଗତ ବିକାଶ’ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସ୍ୱୀକୃତି ମିଳିଛି । Post navigation ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଅରୁଣ, ପୃଥ୍ୱୀରାଜ ମୁହାଁମୁହିଁ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଓ୍ବାକଫ ହିଂସା ଘଟଣା: ଝାରସୁଗୁଡ଼ାରେ ମୁର୍ଶିଦାବାଦ ଅପରାଧୀ; ୨ ଗିରଫ