ବିସିସିଆଇ ନିଜର ବାର୍ଷିକ କେନ୍ଦ୍ରୀୟ ଅନୁବନ୍ଧନ ଘୋଷଣା କରିଛି । ଟପ୍ ଖେଳାଳିଙ୍କ ଗ୍ରେଡ ଏ ପ୍ଲସରେ କୌଣସି ପରିବର୍ତ୍ତନ କରାଯାଇନି । ଏଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ୩୪ ଖେଳାଳିଙ୍କୁ ରଖାଯାଇଛି । ଗତଥର ଏହି ସଂଖ୍ୟା ୩୦ ଥିଲା । ବିସିସିଆଇ ଏ ପ୍ଲସ ଗ୍ରେଡରେ ୪, ଏ ଗ୍ରେଡରେ ୬, ବି ଗ୍ରେଡରେ ୫ ଓ ସି ଗ୍ରେଡରେ ମୋଟ୍ ୧୯ ଖେଳାଳିଙ୍କୁ ସାମିଲ କରିଛି ।

ଏ ପ୍ଲସ ଗ୍ରେଡରେ- ରୋହିତ ଶର୍ମା, ବିରାଟ କୋହଲି, ବୁମ୍‌ରା ରହିଥିବା ବେଳେ ଏ ଗ୍ରେଡରେ- ସିରାଜ, କେଏଲ୍‌ ରାହୁଲ, ଗିଲ୍‌, ହାର୍ଦିକ ପାଣ୍ଡ୍ୟା , ମହମ୍ମଦ ସାମୀ ଓ ରିଷଭ ପନ୍ତ ରହିଛନ୍ତି । ସେହିପରି ବିି ଗ୍ରେଡ- ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ୍‌, ଯଶସ୍ୱୀ ଜୟସ୍ୱାଲ, ଶ୍ରେୟସ ଆୟର । ଏବଂ ସି ଗ୍ରେଡ- ରିଙ୍କୁ ସିଂ, ତିଳକ ବର୍ମା, ଋତୁରାଜ ଗାଏକ୍ୱାଡ, ଶିବମ ଦୁବେ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ରଜତ ପାଟିଦାର, ଧ୍ରୁବ ଜୁରେଲ, ସରଫରାଜ ଖାନ, ନୀତିଶ କୁମାର ରେଡ୍ଡୀ, ଇଶାନ କିଶନ, ଅଭିଷେକ ଶର୍ମା, ଆକାଶଦୀପ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ।

ଋଷଭ ପନ୍ତଙ୍କୁ ଏଥର ପ୍ରମୋଶନ ମିଳିଛି । ଗତ ଥର ତାଙ୍କୁ ଗ୍ରେଡ ବିରେ ରଖାଯାଇଥିଲା । କିନ୍ତୁ ଏଥର ତାଙ୍କୁ ଗ୍ରେଡ ଏରେ ରଖାଯାଇଛି । ଗତ ଥର ୬ ଖେଳାଳି ଗ୍ରେଡ ଏରେ ଥିଲେ, ଏଥର ମଧ୍ୟ ସେହି ସମାନ ୬ ଖେଳାଳିଙ୍କୁ ରଖାଯାଇଛି । କେବଳ ଏଥିରେ ଗୋଟିଏ ପରିବର୍ତ୍ତନ ଘଟିଛି । ଅବସର ନେଇ ସାରିଥିବା ଅଶ୍ୱିନଙ୍କୁ କଣ୍ଟ୍ରାକ୍ଟ ଲିଷ୍ଟରୁ ବାଦ୍ ଦିଆଯାଇଛି ।

ଏଥର ତାଲିକାରେ ୯ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ଏଥିରେ ଶ୍ରେୟସ ଆୟର, ଇଶାନ କିଶନ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ଅଭିଷେକ ଶର୍ମା, ନୀତିଶ କୁମାର ରେଡ୍ଡୀ, ସରଫରାଜ ଖାନ, ଆକାଶଦୀପ ଓ ଧ୍ରୁବ ଜୁରେଲଙ୍କ ନାଁ ସାମିଲ । ଏଥିରେ ଶ୍ରେୟସଙ୍କୁ ବାଦ୍ ଦେଇ ବାକି ସବୁ ଖେଳାଳିଙ୍କୁ ଗ୍ରେଡ ସିରେ ରଖାଯାଇଛି । ଆୟରଙ୍କୁ ଗ୍ରେଡ ବିରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *