ସମ୍ବଲପୁର ଦୁର୍ଗାପାଲିସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।ସମ୍ବଲପୁରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ପ୍ରଥମେ ଦିବ୍ୟାଙ୍ଗମାନଙ୍କୁ ଭେଟିଥିଲେ। ତାଙ୍କର ସମସ୍ୟା ଶୁଣିଥିଲେ। ଜଣ ଜଣ କରି ତାଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଜାରେ ଲୋକ ପଞ୍ଜିକରଣ କରିଛନ୍ତି । ଆଜି ସକାଳ ୮ଟାରୁ ଗୋଟିଏ ୩୦ ମିନିଟ ପର୍ଯ୍ୟନ୍ତ ଏହି ଅଭିଯୋଗ ଶୁଣାଣି ଚାଲିବ ।

ଅନ୍ୟପଟେ ଏହି ଶିବିରରେ ୧୦ ମନ୍ତ୍ରୀଙ୍କ ସହ ୧୩ ଜଣ ବିଭାଗୀୟ ସଚିବ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସୁରେଶ ପୂଜାରୀ, ମୁକେଶ ମହାଲିଙ୍ଗ, ରବି ନାଏକ ଭଳି ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ।

Leave a Reply

Your email address will not be published. Required fields are marked *