ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପରିସରରେ ଥିବା ବାରାକରେ ନିୟୋଜିତ ଥିବା ପଞ୍ଚମ ଆଇଆର୍ବି ବାଟାଲିଅନର ୩ ଜଣ ଆଇଆର୍ବି ଯବାନଙ୍କ ନିକଟରୁ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ ଘଟଣାରେ ଦ୍ଵାୟିତ୍ଵରେ ଥିବା ଆଇଆର୍ବି ବାଟାଲିଅନର କମାଣ୍ଡରଙ୍କୁ ନିଲମ୍ବନ କରାଯାଇଛି । ବାଟାଲିୟନ ପ୍ଲାଟୁନ କମାଣ୍ଡର ସବଇନ୍ସପେକ୍ଟର ସୁବେଦାର ନାରାୟଣ ଭୋଇଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବନ କରାଯାଇଛି । ଡେପୁଟି ସୁବେଦାର ନାରାୟଣ ଭୋଇଙ୍କୁ ନିଲମ୍ବିତ କଲେ ବୌଦ୍ଧ ଏସ୍ପି ରାହୁଲ ଗୋଏଲ । ପୂର୍ବରୁ ଗଞ୍ଜେଇ କାରବାର ମାମଲାରେ ବିହଷ୍କୃତ ହୋଇଥିଲେ ନାରାୟଣଙ୍କ ପ୍ଲାଟୁନର ୩ ଯବାନ ଆଇଆର୍ବି ଯବାନ କୁନାଲ ସିଂ, ତ୍ରିଲୋଚନ ରଣା, ନିଲମ ବର୍ଲା। ଆଇଆର୍ବି ଯବାନଙ୍କ ନିକଟକୁ କେମିତି ଆସିଲା ଗଞ୍ଜେଇ ଏବଂ ଯବାନ ମାନେ ନିଜ ପାଖରେ ଗଞ୍ଜେଇ ରଖିଥିବା ବେଳେ ଦାୟିତ୍ଵରେ ଥିବା ବାଟାଲିଅନ କମାଣ୍ଡର କିଭଳି ଏହା ଜାଣିପାରିଲେ ନାହିଁ ସେ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । Post navigation ଡେଲାଙ୍ଗରେ ନିଖୋଜଥିବା ନାବାଳକର ମୃତ ଦେହ ପାଇଖାନା ଟାଙ୍କିରୁ ଉଦ୍ଧାର ଆଜି ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ