ରାଉରକେଲା ବନ୍ଧମୁଣ୍ଡା ଥାନା ବରକାନୀରେ ରେଳ ଲାଇନ ନିର୍ମାଣକୁ ବିରୋଧବେଳେ ବଡ଼ ଅଘଟଣ ଘଟିଛି । ଜେସିବି ତଳେ ଆସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ରାଉରକେଲା ସହର ସଂଲଗ୍ନ ବନ୍ଧମୁଣ୍ଡା ଡୁମେର୍ତା ଷ୍ଟେସନ୍ରୁ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପର୍ଯ୍ୟନ୍ତ ନୂଆ ରେଳଲାଇନ ନିର୍ମାଣ କାମକୁ ବିରୋଧ ବେଳେ ଶନିବାର ଘଟିଥିଲା ଏହି ଅଭାବନୀୟ ଘଟଣା। ଗ୍ରାମବାସୀମାନେ ମୃତ ଦେହକୁ ରଖି ଏ ପର୍ଯ୍ୟନ୍ତ ବିକ୍ଷୋଭ କରିଛନ୍ତି । ରେଳ ଲାଇନ ନିର୍ମାଣକୁ ବିରୋଧ କରି ମୃତଦେହ ନେଉନାହାନ୍ତି ଲୋକେ । ପ୍ରାୟ ୨୪ ଘଣ୍ଟା ହେବ ମୃତଦେହ ରଖି ଗ୍ରାମବାସୀ ଧାରଣା ଦେଇଥିବା ଦେଖା ଯାଇଛି । ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ମୃତ ଏତୁଆ ଏକ୍କାଙ୍କ ଶବ ଉଠାଯିବନି ବୋଲି କହିଛନ୍ତି ଗ୍ରାମବାସୀ । ଜମି ବଦଳରେ ଜମି, ମୃତକଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ କି ଶବ ନେବେ ନାହିଁ ବୋଲି ଜିଦରେ ଅଟଳ ଅଛନ୍ତି ବରକାନି ଗ୍ରାମବାସୀ । ଗ୍ରାମବାସୀ ଜିଦରେ ଅଟଳଥିବା ପରେ ଆଜି ବନ୍ଧମୁଣ୍ଡା ବରକାନି ଗାଁରେ ପହଞ୍ଚିଛନ୍ତି ବୀରମିତ୍ରପୁର ବିଧାୟକ ବିରମିତ୍ରପୁରର ବିଧାୟକ ରୋହିତ ତିର୍କୀ । ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାସୁଝା ସହ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ; ଦୀର୍ଘ ୪୦ ଦିନ ହେଲା ବରକାରୀ ଅଞ୍ଚଳରେ ନୂତନ ରେଳ ଲାଇନ ନିର୍ମାଣକୁ ବିରୋଧ କରାଯାଉଥିଲା । ରାଉରକେଲା ସହର ସଂଲଗ୍ନ ବନ୍ଧମୁଣ୍ଡା ଡୁମେର୍ତା ଷ୍ଟେସନ୍ରୁ ରାଉରକେଲା ଇସ୍ପାତ କାରଖାନା ପର୍ଯ୍ୟନ୍ତ ନୂଆ ରେଳଲାଇନ ନିର୍ମାଣ କାମକୁ ଗତକାଲି ଶତାଧିକ ସ୍ଥାନୀୟ ଲୋକ ଆସି ବିରୋଧ କରିଥିଲେ । ଜେସିବି ଚାଲୁଥିବା ସମୟରେ ଜଣେ ଯୁବକ ସାମ୍ନାକୁ ଚାଲି ଆସିଥିଲେ, ଫଳରେ ଜେସିବିରେ ଚାପି ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକଙ୍କ ମୃତ୍ୟୁ ପରେ ବିକ୍ଷୋଭକାରୀମାନେ ଉଗ୍ର ହୋଇ ଉଠିଥିଲେ। ପୁଲିସ-ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା ଏହା ପରେ ପୋଲିସ ଓ ଜନତା ମୁହାଁ ମୁହିଁ ହୋଇଛନ୍ତି । Post navigation ରାଜ୍ୟପାଳଙ୍କ ଗସ୍ତବେଳେ ବିଦ୍ୟୁତକାଟ୍ ; ଅନ୍ଧାରରେ ହିତାଧିକାରୀଙ୍କ ଘର ବୁଲିଲେ ହରିବାବୁ କମ୍ଭମପତି ଫସଲ ଉଜାଡି ଦେଲା ଅଦିନିଆ ବର୍ଷା: ପନିପରିବା ଚାଷ ନଷ୍ଟ; ଚିନ୍ତାରେ ଚାଷୀ