ଦୀର୍ଘ ୯ ମାସ ପରେ ପୃଥିବୀ ପୃଷ୍ଠକୁଫେରିଲେ ସୁନୀତା ୱିଲିୟମ୍ସ। ସୁନୀତାଙ୍କ ସହ ୪ ଜଣ ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇଆଣିବାକୁ ବହୁ ଚେଷ୍ଟା ଆଜି ସଫଳ ହୋଇଛି । ସୁରକ୍ଷିତ ଭାବରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ସହ ୨ଜଣ ମହାକାଶଚାରୀ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି । ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ଡ୍ରାଗନ୍ କ୍ୟାପସୁଲ୍ ଆମେରିକାର ଫ୍ଲୋରିଡ଼ା ତଟରେ ଅବତରଣ କରିଛି । ଗତ ୨୦୨୪ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥି ମହାକାଶରେ ପହଞ୍ଚିଥିଲେ। କିନ୍ତୁ ମହାକାଶଯାନରେ ତ୍ରୁଟି ଦେଖାଯିବାରୁ ପୃଥିବୀକୁ ଫେରିବାକୁ ସେମାନଙ୍କର ବିଳମ୍ବ ହୋଇଥିଲା। ଶେଷରେ ଆଜି କ୍ରୁ-୯ ସଦସ୍ୟର ସମସ୍ତ ୪ ମହାକାଶଚାରୀ ସୁନୀତା ୱିଲିୟମ୍ସ, ବୁଚ୍ ୱିଲମୋର, ନିକ ହଗ୍ ଏବଂ ଆଲେକ୍ସଜାଣ୍ଡାର୍ ଗୋର୍ବୁନୋଭ ଫ୍ଲୋରିଡା ତଟରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି । ସୂଚନା ଯୋଗ୍ୟ; ସୁନୀତା ୱିଲିୟମ୍ସଙ୍କ ସହ ୪ ଜଣ ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇ ଆଣିବାକୁ ମଙ୍ଗଳବାର ୧୦ଟା ୩୫ରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରୁ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନଡକିଂ ପ୍ରକ୍ରିୟା ସଫଳ ହୋଇଥିଲା । ଯାହା ମହାକାଶରୁ ସୁନୀତା ଓ ତାଙ୍କ ସାଥିଙ୍କୁ ନେଇ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରି ସୁରକ୍ଷିତ ଭାବରେ ମଧ୍ୟ ପୃଥିବୀରେ ପହଞ୍ଚାଇଦେଇଛି । ଏବେ ସବୁଠି ଖୁସିର ଲହରୀ ଖେଳିଯାଇଛି । ଅନ୍ୟପଟେ ସୁନୀତା ୱିଲିୟମ୍ସଙ୍କୁ ଭାରତ ଆସିବାକୁ ଚିଠି ମାଧ୍ୟମରେ ନିମନ୍ତ୍ରଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୁନୀତା ଏତେ ଦିନ ମହାକାଶରେ ରହିବା ପରେ କିଭଳି ସେଠାକାର ଅନୁଭୂତି ତାହା ଜାଣିବାକୁ ସାରା ଦେଶ ଅପେକ୍ଷା କରି ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି । Post navigation ପୁଣି ଖୋଲିଲା ନବ ଦାସ ଫାଇଲ; ଆରମ୍ଭ ହୋଇଛି ସାନି ତଦନ୍ତ: ପୃଥ୍ବୀରାଜ ହରିଚନ୍ଦନ ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ