ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ମନ୍ଦିର ଚତୁଃପାର୍ଶ୍ବ ବୁଲି ଅନୁଧ୍ୟାନ କରିବା ସହ ମହପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ବୁଲିଲେ ଗଜପତି ମହାରାଜ । ଗଜପତି ମହାରାଜଙ୍କ ସହ ଉପସ୍ଥିତ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ, ଏସପି ଓ ଅନ୍ୟ ଅଧିକାରୀ ।

ଏହାପରେ ଅନୁଧ୍ୟାନ କରିବା ପରେ ଗଜପତି ମହାରାଜ କହିଛନ୍ତି ଉତ୍ତର ଦ୍ଵାର ବାହାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା କରାଯାଉଛି । ଶ୍ରୀମନ୍ଦିର ଉତ୍ତରଦ୍ୱାର ବାହାରେ ଖୋଲାଯିବ ଅନ୍ନକ୍ଷେତ୍ର । ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ ଆଣି ଉତ୍ତର ଦ୍ୱାର ବାହାରେ ହେବାକୁ ଥିବା ଅନ୍ନକ୍ଷେତ୍ରରେ ମହାପ୍ରସାଦ ସେବନ କରିପାରିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବା ପରେ ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା । ସେ କହିଛନ୍ତି ମହାପ୍ରସାଦ ସେବନ ପାଇଁ ଏକ ପ୍ରଶସ୍ତ ସ୍ଥାନ ଓ ଉତ୍ତମ ବ୍ୟବସ୍ଥା ହେବ। ସରକାରଙ୍କ ସହ ଆଲୋଚନା କରି ଆଗକୁ ପଦକ୍ଷେପ ନେବାକୁ ନିବେଦନ କରିବୁ ।

Leave a Reply

Your email address will not be published. Required fields are marked *