ସାର୍ବଜନୀନ ହେବନି କମିଶନଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ । ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯାଇଛି । ସରକାର କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ବାଧ୍ୟ ନୁହଁନ୍ତି ବୋଲି ଉଲ୍ଲେଖ ରହିଛି । ବିଚାରପତି ରଘୁବାର ଦାସଙ୍କ ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ ହେବ ନାହିଁ ବୋଲି ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସୂଚନା ଯୋଗ୍ୟ; ଆବେଦନକାରୀ ଦିଲ୍ଲୀପ କୁମାର ବରାଳ ଚାବି ହଜିବା ମାମଲାରେ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ତେବେ ଏ ନେଇ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଚାବି ହଜିବା ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ତେବେ ମାମଲାର ଆଜି ଶୁଣାଣି ହୋଇ ପାରି ନାହିଁ । ଆସନ୍ତା ୧୨ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି କରାଯିବ । Post navigation ବିଜୁବାବୁ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଉପରେ ବର୍ଷିଲେ ନବୀନ ଗେରୁଆ ରଙ୍ଗ ହେବ ରାଜ୍ୟର ସରକାରୀ ସ୍କୁଲ