ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜର ପବିତ୍ର ଭୂମିରେ ଅନୁଷ୍ଠିତ ହୋଇଥିବା କୁମ୍ଭ ମେଳା ଗତକାଲି ମହାଶିବରାତ୍ରୀରେ ଶେଷ ହୋଇଛି । ମହାକୁମ୍ଭ ଶେଷ ହେବା ପରେ ଆଜି ଅରେଲୀ ଘାଟରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନିଜ ମନ୍ତ୍ରିମଣ୍ଡଳ ସହ ଅରେଲ ଘାଟରେ ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇ ଘାଟ ସଫା କରିବା ସହ ପାଣିରେ ପଡିଥିବା ଅଳିଆ ଏବଂ କପଡା ସବୁ ଉଠାଇଛନ୍ତି ଯୋଗୀ । ଏହା ସହ ମହାକୁମ୍ଭ ପରେ ନଦୀ ଏବଂ ଘାଟର ସଫେଇକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ମହାକୁମ୍ଭ ସଫଳତା ପଛରେ ଯେଉଁମାନଙ୍କ ପରିଶ୍ରମ, ତ୍ୟାଗ ରହିଛି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। Post navigation ମାଟ୍ରିକ ପରୀକ୍ଷା ପରିଚାଳନାରେ ଅବହେଳା; ୬ ଶିକ୍ଷକ ନିଲମ୍ବିତ ଲିଙ୍ଗରାଜ ମନ୍ଦିର ଅଘଟଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ