ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଅଧୀନରେ ଭୁବନେଶ୍ୱର ରେ ଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନସେସ୍ (କିସ୍) ଜଙ୍ଗଲ ଜମି ଆବଣ୍ଟନ ମାମଲାରେ ନୂଆ ମୋଡ଼ ନେଇଛି । ଅଚ୍ୟୁତ ସାମନ୍ତଙ୍କ ସରକାରୀ ଓ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଯେଉଁଠି ଯେଉଁଠି ଜବରଦଖଲ ଅଛି, ଜବରଦଖଲମୁକ୍ତ କରିବାକୁ ରାଜସ୍ୱ ବିଭାଗ ଓ GA ବିଭାଗ ପକ୍ଷରୁ ସ୍ପେସିଆଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି । ଖୁବ୍ଶୀଘ୍ର ଏ ନେଇ ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବ । ଯେଉଁ ଜଙ୍ଗଲ ଜମି ବେଆଇନ୍ ଭାବେ ଜବରଦଖଲ ହୋଇଛି ସେ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । Post navigation ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଓଡ଼ିଶାରେ ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ କିଟ୍ ଛାତ୍ରୀ ମୃତ୍ୟୁ ଘଟଣା ରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା