ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦେଇ ବର୍ଦ୍ଧମାନ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ସୌରଭ ଗାଙ୍ଗୁଲି। ତେବେ ଦୁର୍ଘଟଣାରୁ ସୌରଭ ଗାଙ୍ଗୁଲି କୌଣସି ଆଘାତ ଲାଗି ନ ଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ; ବର୍ଦ୍ଧମାନ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାବେଳେ ସୌରଭ ଗାଙ୍ଗୁଲି ଦନ୍ତନପୁର ନିକଟରେ ଏକ ଟ୍ରକ୍ ତାଙ୍କ ଗାଡ଼ି ସାମ୍ନାକୁ ଆସିଯାଇଥିଲା । ଫଳରେ କାର ଚାଳକ ବାଧ୍ୟ ହୋଇ ବ୍ରେକ୍ ଲଗାଇଥିଲେ । ପଛରେ ଗାଙ୍ଗୁଲିଙ୍କ ସହିତ ଆସୁଥିବା ଅନ୍ୟ କାରଗୁଡ଼ିକ ପଛକୁ ପଛ ପରସ୍ପର ସହିତ ଧକ୍କା ହୋଇଥିଲା । ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ଦୁର୍ଘଟଣାରେ ଜୀବନହାନୀ ହୋଇ ନ ଥିବାବେଳେ ଅନ୍ୟ ଗାଡ଼ି ସହ ପିଟି ହେବା କାରଣରୁ ଗାଡ଼ି ସବୁ ସାମାନ୍ୟ ଭାବେ ପ୍ରଭାବିତ ହୋଇଛି ।

Leave a Reply

Your email address will not be published. Required fields are marked *