ଆଜି ବିଧାନସଭା ଗୃହରେ ଜମି ଜବରଦଖଲକାରୀଙ୍କ କବଜାରେ ରହିଛି ରାଜ୍ୟର ହଜାର ହଜାର ଏକର ଗୋଚର ଜମି । ଆଜି ବିଧାନସଭା ଗୃହରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ରାଜ୍ୟର ୧୦ ହଜାର ୯୭୧.୧୧୨ ଏକର ଗୋଚର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ରାଜ୍ୟର ମୋଟ ଗୋଚର ଜମିର ପରିମାଣ ୧୧ ଲକ୍ଷ ୨୦ ହଜାର ୭୭୯.୫୯୨ ଏକର ହୋଇଥିବା ବେଳେ ଅନୁଗୁଳରେ ସର୍ବାଧିକ ୨୯୧୪.୪୨୪ ଏକର ଗୋଚର ଜମି ଜବରଦଖଲ ହୋଇଛି । ସେହିପରି କେନ୍ଦୁଝରରେ ୧୦୨୫.୮୯୯ ଏକର , କଳାହାଣ୍ଡିରେ ୯୪୧.୭୪ ଏକର ଗୋଚର ଜମି , ନବରଙ୍ଗପୁରରେ ୯୦୧.୧୫ ଏକର ଗୋଚର ଜମି ଜବରଦଖଲ ହୋଇଛି । ସେହିପରି ମଧ୍ୟ ଗଞ୍ଜାମରେ ୪୭୩.୯୪୧ ଏକର ଗୋଚର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । Post navigation ବିଧାନସଭାରେ ପୂର୍ବ ସରକାରରେ ଥିବା 5Tର ପୋଲ୍ ଖୋଲିଲେ ରାଜସ୍ବ ମନ୍ତ୍ରୀ ମାହାଙ୍ଗା ବ୍ଲକ୍ ଅଫିସ ପରିସରରେ ଉତ୍ତେଜନା; SDPO ଓ ଜିଲ୍ଲା ପରିଷଦ ସଭ୍ୟ ଆହତ