ସହଦେବ ନାୟକ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲେ ସଫେଇ କର୍ମୀ । ଆଜି ଭୁବନେଶ୍ବର ମୁନିସିପାଲିଟି ସଫେଇ ମଜଦୁର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିଏମସି କାର୍ଯ୍ୟାଳୟ ଘେରାଉ କରାଯାଇଛି । ସିବିଆଇ ତଦନ୍ତ ଦାବି ସହ ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ସହଦେବଙ୍କ ପତ୍ନୀକୁ ବିଏମସିରେ ସ୍ଥାୟୀ ନିଯୁକ୍ତି ଦାବିରେ ବିଏମସି କାର୍ଯ୍ୟାଳୟରେ ତାଲା ପକାଇଲେ ସଫେଇ କର୍ମୀ । ସଂଘ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବର ମୁନସିପାଲଟି ପାଇଁ କାର୍ଯ୍ୟରତ କର୍ମଚାରୀଙ୍କୁ ଦିନରେ ରାଜରାସ୍ତା ଜନଗହଳି ସମୟ ରେ ହତ୍ୟା କରାଗଲା। ସହଦେବ ନାୟକଙ୍କ ୨ ଝିଅ ଓ ଧର୍ମପତ୍ନୀଙ୍କୁ ବେସାହାରା କରିଦିଆଗଲା। ପୂର୍ବରୁ ସିବିଆଇ ତଦନ୍ତ ସହିତ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଥିଲା। Post navigation ମହିଳା କମିଶନକୁ କ୍ଷମତା ସମ୍ପନ୍ନ କରାଯିବ: ପ୍ରଭାତୀ ପରିଡ଼ା ଭକ୍ତ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତ