ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବରେ ସମ୍ବୋଧନ ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ କେବଳ ପରିବାରରେ ସୀମିତ କିନ୍ତୁ ଆମର ବିକାଶ ମଡେଲକୁ ସବୁଆଡ଼ୁ ଜନତା ସମର୍ଥନ ଦେଉଛନ୍ତି । ଆମର ବିକାଶର ମଡେଲ ତୁଷ୍ଟୀକରଣ ନୁହେଁ ସନ୍ତୁଷ୍ଟୀକରଣ । ଏହା ସହ ନିଜେ ଦୁର୍ନୀତିରେ ବୁଡ଼ିରହିବା ସହ ଜାତିବାଦର ବିଷ ବୁଣିବାକୁ ଉଦ୍ୟମ କରୁଛି କଂଗ୍ରେସ ।

ମୋଦି ଆଉ ମଧ୍ୟ କହିଛନ୍ତି OBC ବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ସଂରକ୍ଷଣକୁ ଏସିସି, ଏସଟି ବର୍ଗ ସମର୍ଥନ କରିଛନ୍ତି । ଏହା ସହ ବିକାଶରେ ନାରୀଶକ୍ତି ଯୋଗଦାନକୁ କେବେ ଅସ୍ୱୀକାର କରି ହେବନି । ଏଥିପାଇଁ କେନ୍ଦ୍ର ସରକାର ନାରୀଶକ୍ତି ବନ୍ଧନ ଅଧିନୀୟମ ଅଣାଯାଇଛି ।

ବାବା ସାହେବ ଆମ୍ବେଦକରଙ୍କ କହି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, କଂଗ୍ରେସ ବାବା ସାହେବଙ୍କୁ କେବେ ସମ୍ମାନ ଦେଉନଥିଲା । ଏଥିପାଇଁ କଂଗ୍ରେସକୁ ରଙ୍ଗ ବଦଳାଇବାକୁ ପଡ଼ିଲା । ଏଥିପାଇଁ ଦେଶର ସବୁଠୁ ପୁରୁଣା ପାର୍ଟିର ଏହି ଅବସ୍ଥା । କାରଣ ବାବା ସାହେବ ଏସସି ଏସଟିଙ୍କ ବିକାଶ ପାଇଁ ରୋଡ ମ୍ୟାପ୍ କରିଥିଲେ । ସେହିପରି ପିଏମ୍ ବିଶ୍ୱର୍କମା ଯୋଜନା ବିନା ସମାଜରେ ବିକାଶ ଅସମ୍ଭବ । ହେଲେ କଂଗ୍ରେସ ସରକାରରେ ଥିବା ବେଳେ ଏସବୁ ଦୃଷ୍ଟି ଦେଇନଥିଲା ।

ଏହା ସହ ମୋଦି କହିଛନ୍ତି ମୁଦ୍ରା ଯୋଜନାରେ ବିନା ଗ୍ୟାରେଣ୍ଟିରେ ଲୋନ୍ ଦେବା ପ୍ରଥମେ ଆମ ସରକାର ଆରମ୍ଭ କରିଛି । ବିନା ଗ୍ୟାରେଣ୍ଟିରେ ୧ କୋଟି ଯାଏଁ ଲୋନ ବ୍ୟବସ୍ଥା କରାଯାଇଛି । ଗରିବ ଓ ବଞ୍ଚିତ ସମୁଦାୟ ଲୋକଙ୍କ ପାଇଁ ଆମେ କାମ କରୁଛି । ଆଗରୁ ଖେଳାନା ଆମଦାନୀ କରାଯାଉଥିଲା ହେଲେ ଏବେ ୩ ଗୁଣା ରପ୍ତାନୀ ହେଉଛି । ମତ୍ସଜୀବିଙ୍କ ବିକାଶ ପାଇଁ ୪୦ ହଜାର କୋଟି ଖର୍ଚ୍ଚ କରାଯାଉଛି । ଆଦିବାସୀ ସମାଜ ପାଇଁ ପିଏମ୍ ଜନମନ ଯୋଜନା କରାଯାଇଛି ।

Leave a Reply

Your email address will not be published. Required fields are marked *