ସଂସଦର ବଜେଟ୍ ଅଧିବେଶନରେ ଆଜି ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅଧିବେଶନ ପରେ ଗଣମାଧ୍ୟମ ପ୍ରତିନିଧି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ନେବାକୁ ରାହୁଲଙ୍କ ପାଖରୁ ଚାହୁଁଥିଲେ। କିନ୍ତୁ ରାହୁଲ କିଛି ନ କହି ତାଙ୍କ ପରିବାର ପାଖକୁ ପଳାଇଥିଲେ । ସେହି ସମୟରେ ରାହୁଲ ଗାନ୍ଧୀ, ତାଙ୍କ ଭଉଣୀ ପ୍ରିୟଙ୍କା ଓ ମାଆ ସୋନିଆ ଗାନ୍ଧିଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତା ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ହେଉଥିଲେ ସୋନିଆ ଗାନ୍ଧି ରାଷ୍ଟ୍ରପତିଙ୍କୁ ଦ ପୁଅର୍ ଲେଡି’ ଭାଷଣ ଦେଇ ଥକିଗଲେଣି । ଏହି କଥା ସେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିନଥିଲେ ମଧ୍ୟ ଭାଇଭଉଣୀ ଓ ମାଆଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା କ୍ୟାମେରାରେ କଏଦ୍ ହୋଇଛି। ଯାହାକୁ ନେଇ ଏବେ ଅଡ଼ୁଆରେ ସୋନିଆ ଗାନ୍ଧୀ। ଅନ୍ୟପଟେ ସୋନିଆଙ୍କ ରାଷ୍ଟ୍ରପତିଙ୍କୁ ନେଇ କହିଥିବା କଥାକୁ ନେଇ ରାଜନୀତି ସରଗରମ ହୋଇଛି । ଏହାକୁ ବିଜେପି କଡ଼ା ସମାଲୋଚନା କରି ନିନ୍ଦା କରିଛି । ସୋନିଆ ଗାନ୍ଧୀଙ୍କ ବୟାନ ଉପରେ ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି, ରାଷ୍ଟ୍ରପତିଙ୍କୁ ନେଇ ସୋନିଆଙ୍କ ବୟାନ ସଂପୂର୍ଣ୍ଣ ଅନୁଚିତ । ରାଷ୍ଟ୍ରପତି ଦୃଢତାର ସହ ନିଜର ଭାଷଣ ରଖିଥିଲେ । ସୋନିଆ ଗାନ୍ଧୀଙ୍କୁ ନିଜର ଏମିତି ଟିପ୍ପଣୀ ପାଇଁ କ୍ଷମା ମାଗିବା ଉଚିତ୍ । ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଉପରେ କଟାକ୍ଷ କରି ସମ୍ବିତ କହିଛନ୍ତି ଯେ, କଂଗ୍ରେସର ଏହି ନେତା ବାରମ୍ବାର ଲଞ୍ଚ ହୋଇ ପାରୁ ନାହାନ୍ତି । Post navigation ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କଲେ ମଧୁସୂଦନ ପାଢ଼ୀ ପୂର୍ବତନ ଭିସିଙ୍କୁ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ଆଜୀବନ କାରାଦଣ୍ଡ