‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାର୍ଗଦର୍ଶିକା ଆଜି ବିଜ୍ଞପ୍ତି ଜାରି କରାଯାଇଛି। ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ କରାଯିବ। ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ ବୋଲି ଗାଇଡ୍ଲାଇନ୍ ଜାରି କରାଯାଇଛି। ଏହି ଯୋଜନା ଦ୍ବାରା ଗ୍ରାମାଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ ନିମନ୍ତେ ବିଭିନ୍ନ ସ୍ଥାୟୀ ଉନ୍ନୟନମୂଳକ ପ୍ରକଳ୍ପମାନ ଯଥା ଅପହଞ୍ଚ ଗାଁକୁ ରାସ୍ତା ଦ୍ୱାରା ସଂଯୋଗୀକରଣ , ସର୍ବସାଦାରଣଙ୍କ ସୁବିଧା ପାଇଁ ସମ୍ପଦ ସୃଷ୍ଟି କରିବା, ଶିକ୍ଷା ଏବଂ କ୍ରୀଡା ଭିତ୍ତିଭୂମିର ଉନ୍ନତିକରଣ , କ୍ଷୁଦ୍ର ପର୍ଯ୍ୟଟନ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ହୋଇପାରିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ଗାଁର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ତେଣୁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ଏହାର ଅବଧି ସରକାରଙ୍କ ଦ୍ୱାରା ବୃଦ୍ଧି କରାଯାଇପାରେ । ଏହି ଯୋଜନା ପାଇଁ ୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । Post navigation ମହାକୁମ୍ଭରେ ସମ୍ପୂର୍ଣ୍ଣ ବନ୍ଦ ହେଲା ଗାଡ଼ି ଚଳାଚଳ ଯାଜପୁର ଜିଲ୍ଲାପାଳ ଅଫିସ୍ ଆଗରେ ମହିଳାଙ୍କ ଗର୍ଜନ