ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଆଜି ବଡ଼ ଧରଣର ଅଘଟଣ ଘଟିଛି । ବୁଧବାର ଭୋର ସମୟରେ ମୌନୀ ଅମାବାସ୍ୟା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ସଙ୍ଗମସ୍ଥଳକୁ ଯାଉଥିବାବେଳେ ଦଳାଚକଟା ହୋଇ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାକୁମ୍ଭ ଦଳାଚକଟାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏହା ସହିତ ୬୦ ଜଣ ଆହତ ହୋଇଛନ୍ତି । ପ୍ରାଣ ହରାଇଥିବା ୩୦ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୨୫ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମଙ୍ଗଳବାର ରାତି ଗୋଟାଏରୁ ୨ଟା ମଧ୍ୟରେ ଅମୃତ ସ୍ନାନ ମୁହୂର୍ତ୍ତ ଯୋଗୁ ଭିଡ଼ ବଢ଼ିଥିଲା । ମୌନି ଅମାବାସ୍ୟା ଅବସରରେ ବୁଧବାର ସଂଧ୍ୟା ସୁଦ୍ଧା ୬ କୋଟିରୁ ଅଧିକ ଲୋକ ବୁଡ଼ ପକାଇଛନ୍ତି । Post navigation ୪ ମାସ ମଧ୍ୟରେ ରାଜ୍ୟର ସମସ୍ତ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଡିଟ୍ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଭିଜିଲାନ୍ସ ଜାଲରେ ଆଇଟିଡିଏ ପିଏ