ଗରିଆବନ୍ଧ ଅପରେସନରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୨ ଜଣଙ୍କ ପରିଚୟ। ଏନ୍‌କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଆ ଚିହ୍ନଟ ହୋଇଛନ୍ତି । ମୃତ ଓଡ଼ିଆ ମାଓବାଦୀ ଜଣକ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା । ମୁନ୍ନା ନାଁରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଆଉ ୨ ଜଣ ନୂଆପଡା ଓ କଳାହାଣ୍ଡିରେ ଛଦ୍ମବେଶରେ ରହୁଥିଲେ।

ସୂଚନା ଯୋଗ୍ୟ; ଜାନୁଆରୀ ୨୦ ତାରିଖରେ ଓଡିଶାର ନୂଆପଡ଼ା ସୀମାଠାରୁ ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ନୂଆପଡ଼ା ଜିଲ୍ଲାର ୩ଟି ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି), ୨ଟି ଛତିଶଗଡ଼ ରାଜ୍ୟର ସ୍ୱତନ୍ତ୍ର ପୁଲିସ ଟିମ(ଇ-୩୦) ଓ ୫ଟି ସିଆରପିଏଫ ଟିମ ସମେତ ୧୦ଟି ସୁରକ୍ଷା ବାହିନୀ ଟିମ ଅପରେସନରେ ସାମିଲ ହୋଇଥିଲା । ଓଡ଼ିଶା ଛତିଶଗଡ଼ ସୀମାରେ ସୁରକ୍ଷା କର୍ମୀଙ୍କ ଅପରେସନରେ ୧୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ଏହାପରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ନକ୍ସଲମାନଙ୍କ ଉପରେ କଡ଼ା ନଜର ରଖିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜିପି । ଏହାସହ ସ୍ବତନ୍ତ୍ର ସଶସ୍ତ୍ର ପୋଲିସ ମୁତୟନ ପାଇଁ କୁହାଯାଇଛି ।

Leave a Reply

Your email address will not be published. Required fields are marked *