BJD slams Odisha Govt over Kanas Diarrhoea deaths

ପୁରୀ ଜିଲ୍ଲା, କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଓ ଏଥିରେ ଲୋକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି ।

ଏକ ସାମ୍ବାଦିକ ସମ୍ମିଳନୀରେ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୂର୍ବତନ ବିଧାୟକ ରୁଦ୍ର ମହାରଥୀ ।

ସଂଜୟ ଦାସବର୍ମା ଅଭିଯୋଗ କରିଛନ୍ତି, କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି । ଗଙ୍ଗୁଆ ନଦୀର ବର୍ଜ୍ୟବସ୍ତୁ ପରିଚାଳନା ଠିକ ଭାବେ ନ ହେବାରୁ ମଇଳା ପାଣି ଦୟା ନଦୀ ଦେଇ ଚିଲିକାକୁ ଯାଉଛି । ଏହା ଦ୍ୱାରା ଦୟା, ରାଜୁଆ, ମକରା, ରତ୍ନାଚିରା, ଲୁଣା ଭାର୍ଗବୀ ନଦୀ ପ୍ରଭାବିତ ହେଉଛି । ଚିଲିକା ବି ପ୍ରଭାବିତ ହୋଇଛି । ଦୂଷିତ ପାଣି ବ୍ୟବହାର କରି କଣାସ ଅଞ୍ଚଳରେ ଲୋକେ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ୨୫୦ରୁ ଅଧିକ ଲୋକ ପୁରୀ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।

ପୂର୍ବ ସରକାରରେ ଏକାଧିକ ପାନୀୟ ଜଳ ପ୍ରକଳ୍ପ କାମ ୮୦% ସରିଥିଲେ ସୁଦ୍ଧା ନୂଆ ସରକାର ଆସିବା ପରେ ଏଯାଏ କାମ ସମ୍ପନ୍ନ ହୋଇନାହିଁ ।

ଆଜି ହିଁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ସମୀକ୍ଷା କରି ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ କରୁ ବୋଲି ଦାବି କରିଛି ବିଜେଡି ।

By Nirvay

Leave a Reply

Your email address will not be published. Required fields are marked *