୨ବର୍ଷ ପରେ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ହତ୍ୟା ମାମଲାରେ ଆସିଲା ନୂଆ ମୋଡ଼ । ରାଜ୍ୟ ଫରେନ୍ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ପରେ ଏବେ ଗୋପାଳ ହତ୍ୟାକାରୀ ନା ଆଉ କିଏ ଉଠିଲା ପ୍ରଶ୍ନ । ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ରାଜ୍ୟ ଫରେନ୍ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଉଲ୍ଲେଖ ହୋଇଛି। ଘଟଣା ଦିନ ସ୍ବାସ୍ଥ୍ୟବିଭାଗ ଗାଡ଼ିକୁ ମଧ୍ୟ ୫ ରାଉଣ୍ଡ ଗୁଳି ହୋଇଥିଲା ।ଗୋପାଳ ବନ୍ଧୁକରୁ ୩ ଗୁଳିରୁ ଗୋଟେ ଖୋକା ଏଯାଏଁ ମିଳିନି । ଅନ୍ୟପଟେ ଗୋପାଳ ଦାସଙ୍କ ଗୁଳିରେ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ମୃତ୍ୟୁ ହୋଇନାହିଁ ବୋଲି କହିଛନ୍ତି ଗୋପାଳ ଦାସଙ୍କ ଓକିଲ ନରେଶ ନାଏକ । ସେ କହିଛନ୍ତି ଘଟଣା ଦିନ ନବଙ୍କ ସୁରକ୍ଷା ପାଇଁ ମୁତୟନ ଥିଲେ ଗୋପାଳ । ସେ ଗୁଳି ବା ବାଣ ଫୁଟିଲା ପରି ଶବ୍ଦ ଶୁଣିଥିଲେ । ତେଣୁ ସତର୍କ ହୋଇ ତୁରନ୍ତ ବ୍ଲାଙ୍କ ଫାୟାର କରଥିଲେ ଗୋପାଳ । ତିନି ଥର ବ୍ଲାଙ୍କ ଫାୟାର କରିଥିଲେ ଗୋପାଳ । ତାଙ୍କ ବନ୍ଧୁକର ଗୁଳିରେ ନବ ଦାସଙ୍କ ମୃତ୍ୟୁ ହୋଇନି । ଅନ୍ୟ କାହା ଗୁଳିରେ ନବଙ୍କ ମୃତ୍ୟୁ ହୋଇଥାଇପାରେ । ଏଥିରେ ନିଶ୍ଚିତ କୌଣସି ପ୍ରକାର ଷଡ଼ଯନ୍ତ୍ର ହୋଇଛି ଏବଂ ଗୋପଳ ଦାସକୁ ମୁଖ୍ୟ ଆରୋପୀ ବନାଯାଉଛି ସୂଚନା ଯୋଗ୍ୟ; ଗତ ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଝାରସୁଗୁଡାର ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ଗାଡିରୁ ଓହ୍ଲାଉ ଥିବା ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ଅତି ନିକଟରୁ ତାଙ୍କୁ ଗୁଳି କରିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ହାଇଫ୍ରୋଫାଇଲ ହତ୍ୟା ମାମଲାରେ ପୋଲିସ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି । Post navigation ନବୀନଙ୍କ କାମକୁ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଉଛି: ବିଜେଡି ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତକାଳୀନ ପକ୍ଷୀ ଗଣନା ଆରମ୍ଭ