ବଢ଼ିବ ଅଙ୍ଗନବାଡି କର୍ମୀଙ୍କ ଦରମା  । ରାଜ୍ୟ ଅଙ୍ଗନବାଡି କର୍ମୀଙ୍କ ଦରମା ବଢ଼ିବା ନେଇ କେନ୍ଦ୍ରକୁ ଦିଆଗଲା ପ୍ରସ୍ତାବ । ରାଜସ୍ଥାନ ଜୟପୁର ଚିନ୍ତନ ଶିବିରରେ ପ୍ରସ୍ତାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହା ସହ ଉପମୁଖ୍ୟମନ୍ତ୍ରୀ  ରାଜ୍ୟରେ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ୍‌ ସୁବିଧା ନେଇ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି।

କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏହା ଉପରେ ବିଚାର କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ସେ କହିଛନ୍ତି ଏହା ସହ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବି ଆଲୋଚନା ହୋଇଛି । ଯଦି ସମସ୍ତ ଦାବି ଉପରେ କେନ୍ଦ୍ର ମୋହର ବାଜେ ତାହେଲେ ଅଙ୍ଗନଓ୍ବାଡି କର୍ମୀ ସର୍ବାଧିକ ସକ୍ଷମ ହେବେ ।

Leave a Reply

Your email address will not be published. Required fields are marked *