ଫିଟିଲା ହଂସିତାଙ୍କ ସ୍ବାମୀ ଗୁମର । ଭୁବନେଶ୍ଵରରେ ବହୁ ଚର୍ଚ୍ଚିତ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସାଙ୍କ ସ୍ବାମୀ ଅନୀଲ ନୁହେଁ ସରୋଜ ସାହୁ। କୋର୍ଟରେ ଜାମିନ ଆବେଦନ ଶୁଣାଣି ବେଳେ ଏହି ଚାଞ୍ଚଲ୍ୟକର ବୟାନ ଏବେ ସାମ୍ନାକୁ ଆସିଛି । ସରୋଜ ସାହୁ ମୋ ସ୍ବାମୀ ବୋଲି କୋର୍ଟରେ ଦର୍ଶାଇଲେ ଠକ ହଂସିତା । ସ୍ବାମୀଙ୍କ ଦେହ ଅସୁସ୍ଥ ଥିବା ନେଇ ହଂସିତା ଜାମିନ ମାଗିଥିବା ଜଣାଯାଇଛି । ଅନିଲଙ୍କ ଅନ୍ତରୀଣ ଜାମିନ ପାଇଁ ହଂସିତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି । ଏନେଇ ୧୮ ତାରିଖକୁ ଶୁଣାଣି ରଖିଛନ୍ତି ମାନ୍ୟବର କୋର୍ଟ । ତେବେ ଫରୱାର୍ଡିଂ ଲେଟରରେ ହଂସିତାଙ୍କ ସ୍ବାମୀ ଅନୀଲ ଲେଖିଥିଲା ପୋଲିସ । ଗିରଫ ହେବା ପରେ ହଂସିତା ଅନୀଲକୁ ନିଜ ସ୍ଵାମୀ ବୋଲି ଦର୍ଶାଇଥିଲେ। ସୂଚନା ଯୋଗ୍ୟ ଆଜି ହଂସିତା-ଅନିଲ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୁରୁବାର ଜାମିନ ଆବେଦନର ଶୁଣାଣି ଥିବା ବେଳେ ବର୍ତ୍ତମାନ୍ ୧୮ ତାରିଖକୁ ହଂସିତାଙ୍କ ଜାମିନ୍ ଶୁଣାଣିକୁ ଘୁଞ୍ଚାଯାଇଛନ୍ତି ଏଡିଜେ-୨ କୋର୍ଟ । Post navigation ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ ସୈଫ ଅଲ୍ଲୀଙ୍କ ସ୍ପାଇନରୁ ବାହାରିଲା ୨.୫ ଇଞ୍ଚ୍ ର ଛୁରୀ