ବଲିଉଡ଼ର ବିଶିଷ୍ଟ ଅଭିନେତା ସୈଫ ଅଲି ଖାନ୍ଙ୍କୁ ଆକ୍ରମଣ। ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଛନ୍ତି। ପାଖାପାଖି ୨ରୁ ୩ ଥର ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଆକ୍ରମଣ କରିଥିବାର ସୂଚନା ମିଳୁଛି। ଅଭିନେତାଙ୍କୁ ଛୁରାମାଡ଼ କରି ୪ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇସ୍ଥିତ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ବାନ୍ଦ୍ରାସ୍ଥିତ ବାସଭବନରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହିତ ସିସିଟିଭି ଫୁଟେଜରୁ ଆକ୍ରମଣକାରୀ ବିଷୟରେ ଯାଞ୍ଚ କରୁଛି। ସୂଚନାମୁତାବକ ସୈଫ ଅଲି ଖାନଙ୍କ ବାସଭବନରେ ୪ ଜଣ ଯୁବକ ଲୁଟ ଉଦ୍ଦେଶ୍ୟରେ ପଶିଥିଲେ। ଏହି ସମୟରେ ସୈଫ୍ ଅଲ୍ଲୀ ଖାନ ତାଙ୍କୁ ଧରିବା ପାଇଁ ଉଦ୍ୟମ କରିଥିବା ବେଳେ ଦୁର୍ବୃତ୍ତ ତାଙ୍କୁ ଛୁରା ମାଡ କରିଥିଲେ । ଆଉ ସୈଫ୍ ଙ୍କୁ ଆଘତ ଲାଗିଛି । ସୈଫଙ୍କୁ ଆକ୍ରମଣ ସମୟରେ ଘରେ ତାଙ୍କ ସ୍ତ୍ରୀ କରିନା କପୂର ଖାନ ଓ ତାଙ୍କ ୨ ପୁତ୍ର ମଧ୍ୟ ଉପସ୍ଥିତ ଥିଲେ। ଘରର ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ଜଣା ପଡ଼ିଛି। ପୋଲିସ ପହଞ୍ଚି ତଦନ୍ତ ସହିତ ସିସିଟିଭି ଫୁଟେଜରୁ ଆକ୍ରମଣକାରୀ ବିଷୟରେ ଯାଞ୍ଚ କରୁଛି। Post navigation ଶ୍ରୀମନ୍ଦିର ଭିତରେ ଟଳି ପଡିଲେ ସୁଆର ବଡୁ ସେବାୟତ ଆଜିଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ