controversy-over-lingaraj-temple-niti-kanti-rituals resolved

ତୁଟିଲା ସେବାୟତ ବିବାଦ । ଫଳରେ ତିନିଦିନ ପରେ ସ୍ୱାଭାବିକ ହେବ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତ ଜିଲ୍ଲାପାଳ ଚଞ୍ଚଳ ରାଣା ।

ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ, ଟ୍ରଷ୍ଟ ବୋର୍ଡ଼ର ସମସ୍ତ ନିଯୋଗକ, ଜୋନ୍ ଏସିପି ଓ ମନ୍ଦିର ପ୍ରଶାସନଙ୍କ ଉପସ୍ଥିତିରେ ବୈଠକ ବସିଥିଲା ।

ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ADM ତଦନ୍ତ କରି ରିପୋର୍ଟ ଦେବେ। ରିପୋର୍ଟ ମିଳିବା ପରେ ଯେଉଁମାନେ ବିଶୃଙ୍ଖଳା କରିଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ।ସେମାନଙ୍କୁ ସୋ କଜ୍‌ ନୋଟିସ୍‌ ହେବ । ଅତି କମ୍‌ରେ ବିଶୃଙ୍ଖଳାକାରୀଙ୍କୁ ସେବା ପୂଜାରୁ ସସ୍‌ପେଣ୍ଡ୍‌ କରାଯିବ ।

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ନୀତି କରିବାକୁ ନେଇ ବିବାଦ ହେଉଥିବାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଓ ମକର ପୂଜା ନୀତି ବନ୍ଦ ରହିଛି । ମକର ମଣ୍ଡପରେ ସୋମବାର ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *