ପୌଷ୍ୟ ପୂର୍ଣ୍ଣିମାରୁ ପ୍ରୟାଗ ସଂଗମରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ମହାକୁମ୍ଭ ଆସ୍ଥା ଏବଂ ବିଶ୍ୱାସର ଏକ ମହାନ ପର୍ବ । ଜାନୁଆରୀ ୧୩ ରୁ ଆରମ୍ଭ ହୋଇଥିବା ଏହି ବିଶ୍ୱର ସର୍ବବୃହତ ମେଳା ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ମୋଖ୍ୟର ସନ୍ଧାନ ଲାଗି ଦେଶ ବିଦେଶରୁ ଆସୁଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ଏହି ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ‘ମହାକୁମ୍ଭ ମେଳା’ରେ ସାମଲ ହେବା ନିମନ୍ତେ ପହଞ୍ଚିଲେ ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେଠାରେ ପହଞ୍ଚି ତ୍ରିବେଣୀ ତଟରେ ଉପଲବ୍ଧି କଲେ ଅନନ୍ୟ ଅନୁଭବ । ଏହା ସହ ତାଙ୍କ ସହିତ ଅନେକ ସାଧୁ ଓ ସାଧାରଣ ଜନତା ଥିବାର ଦେଖିବାକୁ ମିଳିଛି ।
ସୂଚନା ଯୋଗ୍ୟ; ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି ମହାକୁମ୍ଭ ମେଳା । ଏହି ମହାକୁମ୍ଭ ପ୍ରତି ୧୨ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ୧୪୪ ବର୍ଷ ପରେ ଏକ ବିଶେଷ ଯୋଗ ପଡୁଥିବା ଜଣାପଡିଛି । ବିଶ୍ବାସ ରହିଛି ଏହି ମହାକୁମ୍ଭ ରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ସେଥିପାଇଁ ଭାରତବର୍ଷର କୋଣ ଅନୁକୋଣରୁ ସାଧୁ ସନ୍ଥ ନାଗାବାବାଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁମାନଙ୍କ ଆଗମନ ହୋଇଛି।