ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦ ମଧ୍ୟରେ ୩ ଦିନ ହେଲାଣି ଉପାସରେ ଶ୍ରୀଲିଙ୍ଗରାଜ । ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପ୍ରଭୁ ଲିଙ୍ଗରାଜ ତିନି ଦିନ ଧରି ଉପବାସରେ ରହିବା ଓ ନୀତିକାନ୍ତି ବନ୍ଦ ରହିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଆଇନ ମନ୍ତ୍ରୀ କହିଛନ୍ତି ବିବାଦ ଭିତରେ ଠାକୁରଙ୍କ ନୀତିକାନ୍ତି ବନ୍ଦ ହେବା ଭୁଲ, ତର୍ଜମା କରିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେବାୟତ ବିବାଦ ପାଇଁ ୩ ଦିନ ଧରି ଉପାସରେ ଅଛନ୍ତି ଲିଙ୍ଗରାଜ। ଯଦି ସେବାୟତ ନିଯୋଗଙ୍କ ସମସ୍ୟା ଅଛି ଆଲୋଚନା କରିବା ଆବଶ୍ୟକ । ଆଲୋଚନା ନକରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ୍ ନୁହେଁ । ସମାଧାନ ପାଇଁ ଆଜି ବୈଠକରେ ନିଶ୍ଚିତ ନିର୍ଯାସ ବାହାରିବ । ତର୍ଜମା ପରେ ଆବଶ୍ୟକ ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । Post navigation ଭାରତୀୟ ନୌସେନାରେ ସାମିଲ ହେବ ୩ ଯୁଦ୍ଧ ଜାହାଜ ଭୁବନେଶ୍ୱର ବିମାନ ବନ୍ଦରରୁ ୪ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ