୩ ଦିନ ହେଲାଣି ଉପାସରେ ଶ୍ରୀଲିଙ୍ଗରାଜ । ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି । ସୋମବାର ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ହୋଇନି ନୀତିକାନ୍ତି । ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ ସମାଧାନ ଦାବି କଲା ବ୍ରାହ୍ମଣ ନିଯୋଗ । ବ୍ରାହ୍ମଣ ନିଯୋଗ ପକ୍ଷରୁ ଆଇନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ; ଗତକାଲି ମକର ସଂକ୍ରାନ୍ତି ପାଇଁ ଘୃତ୍ୟ କମଳ ଲାଗି ହୋଇଥାଏ । ପବିତ୍ର ଦିନରେ ବି ମହାପ୍ରଭୁଙ୍କର କୌଣସି ନୀତିକାନ୍ତି ହୋଇନାହିଁ। ଶ୍ରୀଲିଙ୍ଗରାଜଙ୍କର ନବାଙ୍କ ବେଶ ଏବଂ ମକର ବୀଜେ ଅନୁଷ୍ଠିତ ହେବାର ରହିଥିଲା। କିନ୍ତୁ ପୁନର୍ବାର ବଡୁ ସେବାୟତ ଏକୁଟିଆ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ହେଲେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ ସହଯୋଗ କରି ନଥିଲେ । ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ବସି ରହିଛନ୍ତି । ଏଭଳି ସ୍ଥିତି ଲାଗି ରହିବା ପରେ ଗତକାଲି ବାରମ୍ବାର ବୈଠକ ବସିଥିଲା । କିନ୍ତୁ ସେବାୟ ନିଜ ଜିଦରେ ଅଟଳ ରହିବାରୁ ସମାଧାନର ବାଟ ବାହାରି ପାରିନି ।

Leave a Reply

Your email address will not be published. Required fields are marked *