୨ ଦିନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ । ଏବେ ପ୍ରବାସୀ ଭାରତୀୟ ସମ୍ମିଳନୀ ଷ୍ଟଲ ବୁଲିପାରିବେ ସାଧାରଣ ଜନତା। ୮ ତାରିଖରୁ ଜନତା ମୈଦାନରେ ଆରମ୍ଭ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ପ୍ରଦର୍ଶନୀ ଏବେ ସାଧାରଣ ଲୋକଙ୍କ ପାଇଁ ଖୋଲା ଗଲା ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ସାଧାରଣ ଜନତା ପ୍ରବାସୀ ଭାରତୀୟ ସମ୍ମିଳନୀର ବିଭିନ୍ନ ଗ୍ୟାଲେରିର ଷ୍ଟଲ ବୁଲି ଦେଖି ପାରିବେ । ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ । ସମସ୍ତେ ଆସନ୍ତା କାଲି ସକାଳ ୧୦ ଟାରୁ ୧୨ ତାରିଖ ସନ୍ଧ୍ୟା ଯାଏ ବୁଲିପାରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଆଜି ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ଦୁଇରୁ ତିନି ଦିନ ଯାଏଁ ଲୋକଙ୍କ ପାଇଁ ବଢାଇବାକୁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଥିଲେ, ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ବହୁତ ଭଲ କାର୍ଯ୍ୟକ୍ରମ । ଆୟୋଜନ ବହୁତ ସୁନ୍ଦର କରାଯାଇଛି । ଏଭଳି ପ୍ରଦର୍ଶନ ଓଡ଼ିଶାର କଳା ସଂସ୍କୃତି, ପରମ୍ପରା ସବୁକୁ ଗୋଟିଏ ବାସ୍କେଟ୍ରେ ବିଶ୍ୱ ଆଗରେ ରଖାଯାଇଛି । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ରହିଛି । ଲୋକଙ୍କ ପାଇଁ ଆଉ ଦୁଇରୁ ତିନି ଦିନ ବଢାଯାଉ । Post navigation ପୋଲିସ ମିତ୍ର ସହଦେବ ହତ୍ୟା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି ସମିତି ସଭ୍ୟ ଓ ବିଶାଳ ଦାସଙ୍କୁ ମୁକ୍ତ କରିବାକୁ ନବୀନଙ୍କ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି