ଭୁବନେଶ୍ବର ରସୁଲଗଡ଼ ଫ୍ଲାଏ ଓଭରରେ ଯୁବକଙ୍କୁ ବୀଭତ୍ସ ହତ୍ୟା ମାମଲାର ନ୍ୟାୟ ଦାବିରେ ଏକାଠି ହୋଇଛନ୍ତି ଶହ ଶହ ସଫେଇ କର୍ମଚାରୀ । ସଫେଇ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାରେ ନ୍ୟାୟ ଦାବିରେ ବିଏମ୍‌ଏସ୍ ଅଫିସ ଘେରାଉ କରିଛନ୍ତି ସଫେଇ କର୍ମଚାରୀ । ୩ ଦଫା ଦାବି ନେଇ ଧାରଣା ଦେଲେ ଶତାଧିକ ସଫେଇ କର୍ମଚାରୀ । ତ୍ବରିତ ନ୍ୟାୟ ଦାବିରେ ଭାରତୀୟ ମଜଦୁର ସଂଘ ସହ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଛି ।

ସୂଚନା ଯୋଗ୍ୟ, ଗତକାଲି ସକାଳେ ସହହେବ ନାୟକ ନିଜ ଝିଅକୁ ସ୍କୁଲରେ ଛାଡ଼ି ଫେରିବା ବେଳେ ରସୁଲଗଡ଼-ବାଣୀବିହାର ରାସ୍ତାରେ ଥିବା ଓଭର ବ୍ରିଜରେ ତାଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ କାଟି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ହତ୍ୟା କାଣ୍ଡକୁ ୧୨ ଘଣ୍ଟା ନ ପୁରୁଣୁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *