ପ୍ରବାସୀ ଭାରତୀୟ ଦିବସକୁ ନେଇ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର । ସବୁଠି ଦେଖିବାକୁ ମିଳୁଛି ଓଡିଆ ସଂସ୍କୃତିର ଝଲକ । ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ଚାଲିବ ଇଲେକ୍ଟ୍ରିକ ଡବଲ ଡେକର ବସ୍ । ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍ ମୁମ୍ୱାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଛି । ପରବର୍ତ୍ତୀ ସମୟରେ ଆଉ ୩ଟି ଡବଲ ଡେକର୍ ବସ୍ ଓଡିଶା ଆସିବ । ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସ୍ରେ ଓଡ଼ିଶାର କଳା ଓ ସଂସ୍କୃତି ଯଥା କୋଣାର୍କ ଚକ, ଧଉଳି ଶାନ୍ତିସ୍ତୁପ, ଗୋଟିପୁଅ ନୃତ୍ୟ ଓ ଅନ୍ୟାନ୍ୟ କଳାକୃତି ସ୍ଥାନ ପାଇଛି । Post navigation ବିଜେପି କର୍ମୀଙ୍କ ଗୁଣ୍ଡାରାଜରେ ଅତିଷ୍ଠ ରାଜ୍ୟବାସୀ: ବିଜେଡି ଆକାଶପଥରେ ଅଧିକ ସହର ସହ ଯୋଡ଼ି ହେବ ଓଡ଼ିଶା; ଭୁବନେଶ୍ୱର, ଝାରସୁଗୁଡାରୁ ଉଡ଼ିବ ଅଧିକ ବିମାନ