ଖୁବ୍ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ଦିନକୁ ଦିନ କୁକୁରମାନଙ୍କ ଆତଙ୍କ ବଢୁଥିବାରୁ ବିଏମ୍ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବାକୁ ଯାଉଛି। ଆଜି କୁକୁର ଆତଙ୍କ ବଢ଼ିଥିବା ସ୍ୱୀକାର କରିବା ସହିତ ଏନେଇ ଘୋଷଣା କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେ କହିଛନ୍ତି ଦୀର୍ଘଦିନ ବନ୍ଧ୍ୟାକରଣ ବନ୍ଦ ଥିବାରୁ କୁକୁରଙ୍କ ସଂଖ୍ୟା ବଢିଚାଲିଛି । ଏହା ସହ ବିଏମ୍ସି ହସ୍ପିଟାଲକୁ ଦିଆଯାଇଥିବା ୫୦୦ ଟୀକା ଦେଢ଼ ମାସରେ ସରିଯାଇଛି । ହାଇକୋର୍ଟରେ କେସ୍ ସରିଥିବାରୁ ପୁଣି ବନ୍ଧ୍ୟାକରଣ ଆରମ୍ଭ ହେବ । Post navigation ୨୪ ବିଦାୟ ଅବଗଣନା ଆରମ୍ଭ; ସୁଇସାଇଡ ଗୋଲରେ ଭାଙ୍ଗିଗଲା ନବୀନ ସ୍ବପ୍ନ ରାଜଧାନୀ ରାସ୍ତାରୁ ହଟିବେ ସମସ୍ତ ଉଠା ଦୋକାନୀ