ନଭେମ୍ବର ୨୯ରେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେତେବେଳେ ତାଙ୍କର ଦୁଇଟି କାର୍ଯ୍ୟକ୍ରମ ଥିଲା । ଗୋଟିଏ ସରକାରୀ ଏବଂ ଅନ୍ୟଟି ରାଜନୈତିକ । ସରକାରୀ କାର୍ଯ୍ୟକ୍ରମଟି ଥିଲା ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ । ୨୯ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଆସିଥିଲେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ । ଦୁଇ ଘଣ୍ଟାରୁ ଅଧିକ ସମୟ ରହିଲେ । ସାଂସଦ, ମନ୍ତ୍ରୀ, ବିଧାୟକ, ଦଳୀୟ ପଦାଧିକାରୀଙ୍କ ସହ ଚର୍ଚ୍ଚା କଲେ ଏବଂ ଗୁରୁମନ୍ତ୍ର ଦେଲେ । ମୋଦୀ ଯେଉଁ ଗୁରୁମନ୍ତ୍ର ଦଳୀୟ ନେତାଙ୍କୁ ଦେଇଥିଲେ ତାହା ଥିଲା- (୧) ବଦଳି ପୋଷ୍ଟିରେ ମାତ ନାହିଁ । (୨) ଝିଅ ଥିଲ, ବୋହୂ ହେଲ । ତୁମ ଉପରେ ସମସ୍ତଙ୍କ ନଜର ରହିବ । (୩) ସରକାର ବିରୋଧରେ ବାହାରେ ପ୍ରଚାର କରନାହିଁ । (୪) ଯେଉଁଦିନ ମୁଖ୍ୟମନ୍ତ୍ରୀ ଭାବେ କେହି ଶପଥ ନିଅନ୍ତି ସେହି ଦିନ ବରିଷ୍ଠ ନେତାମାନେ ଦଳକୁ ବିରୋଧ କରିବାର ଶପଥ ମଧ୍ୟ ନେଇଥାନ୍ତି । ଚର୍ଚ୍ଚା, ଆଲୋଚନା, ଥଟ୍ଟା ଓ ମଜାକ ଭିତରେ ମୋଦୀ ଅନେକ ମଞ୍ଜ କଥା କହିଥିଲେ । ମୋଦୀଙ୍କ ଏହି ଗସ୍ତ ସମୟରେ ଓଡ଼ିଶାରେ ଥିଲେ ସରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ୨୮ ତାରିଖରେ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗୋଟେ ଦିନ ସମ୍ବଲପୁର ଏବଂ ଦ୍ଵିତୀୟ ଦିନ ସେ ଭୁବନେଶ୍ଵରରେ କାଟିବେ । ପ୍ରଥମ ଦିନର ଗସ୍ତକୁ ଆଧ୍ୟାତ୍ମିକ ଗସ୍ତ ବୋଲି କୁହାଯାଇପାରେ । କାରଣ ସମ୍ବଲପୁରରେ ପହଞ୍ଚିବା ପରେ ସେ ସିଧାସଳଖ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯିବେ, ପୂଜାର୍ଚ୍ଚନା କରିବେ । ଏହାପରେ ଗଙ୍ଗାଧର ମେହେର କଲେଜ କାର୍ଯ୍ୟକ୍ରମରେ, ଭୀମସାର ସୁପର ସ୍ପେଶାଲିଷ୍ଟ ବିଲିଂର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ । ଆଉ କିଛି ସରକାରୀ କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ପ୍ରଥମ ଦିନ ଅପେକ୍ଷା ଦ୍ଵିତୀୟ ଦିନଟି ଅଧିକ ଗୁରୁତ୍ବପୂର୍ଣ । ଗସ୍ତର ଦ୍ବିତୀୟ ଦିନରେ ଶାହା ଭୁବନେଶ୍ୱରରେ କରିବେ ଗୁରୁତ୍ଵପୂର୍ଣ ବୈଠକ । ଏପର୍ଯ୍ୟନ୍ତ ଆନୁଷ୍ଠାନିକ କାର୍ଯ୍ୟସୂଚୀ ଜାରି ହୋଇନାହିଁ । ତେବେ ଭୁବନେଶ୍ଵରରେ ଦଳୀୟ କର୍ମକର୍ତ୍ତା, ସାଂସଦ, ବିଧାୟକଙ୍କ ସହ ବୈଠକ କରିବେ, ସେମାନଙ୍କୁ ପରାମର୍ଶ ଦେବେ । ମୋଦୀ ଓଡ଼ିଶା ଆସି ଗୁରୁମନ୍ତ୍ର ଦେଇ ଯିବାର ମାସକ ପରେ ପୂଣି ଶାହାଙ୍କ ଆବଶ୍ୟକତା ପଡ଼ିଲା କାହିଁକି ? କ’ଣ ଖୁସି ନାହାନ୍ତି କି କେନ୍ଦ୍ର ନେତୃତ୍ୱ ? ଏହା ସତ ଯେ ମୋଦୀଙ୍କ ଅପେକ୍ଷା ଶାହାଙ୍କ କଥା ଭାରି ଟାଣ । ସେ ରୋକ୍ଠୋକ୍ ଭାବେ କୁହନ୍ତି, ଚାଗିଦ୍ କରନ୍ତି । ଏ ସହ କାର୍ଯ୍ୟାନୁଷ୍ଠାନ ମଧ୍ଯ ନେବାକୁ ପଛାନ୍ତି ନାହିଁ । Post navigation ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୪ ବିଦାୟ ଅବଗଣନା ଆରମ୍ଭ; ସୁଇସାଇଡ ଗୋଲରେ ଭାଙ୍ଗିଗଲା ନବୀନ ସ୍ବପ୍ନ