ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରାକ୍ ବଜେଟ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ପାଇଁ ଅଧିକ ଆର୍ଥିକ ଅନୁଦାନ ଦାବି ସହ ସଡ଼କ ପ୍ରକଳ୍ପ ପାଇଁ ୨୦ ହଜାର କୋଟିର ବଜେଟ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଧିକ ଅନୁଦାନ ଦାବି ସହ ସହରୀକରଣ ଓ ମୌଳିକ ସୁବିଧା ଯୋଗାଣକୁ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି ମୋହନ ମାଝୀ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅର୍ଥନୈତିକ କରିଡର ଦାବି, ଗୋପାଳପୁରରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ବିକାଶ ପ୍ରସ୍ତାବ ସହ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନସିପ ନିର୍ମାଣ ପ୍ରସ୍ତାବ ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୧୦ ହଜାର କୋଟିର ପ୍ୟାକେଜ ଦାବି ଓ ପାନୀୟ ଜଳ ପ୍ରକଳ୍ପ ଉପରେ ଅଧିକ ବ୍ୟୟ ବରାଦ ଦାବି କରିଛନ୍ତି ମୋହନ ମାଝୀ । Post navigation ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ‘ନିର୍ଭୟ’ କହିଥିବା କଥା ହେଲା ସତ; ଏବେ ଅଧିକାଂଶ ଜିଲ୍ଲାରେ ଧାନ ଉଠାଉ ନାହାନ୍ତି ମିଲର୍ସ