ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ସୁବର୍ଣ୍ଣପୁର ଡିଆଇସି ଜିଏମ୍ ବିପିନ ଦେହୁରୀ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ପିଏମଇଜିପି ଋଣ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଏହାପରେ ବିପିନ ଦେହୁରୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢ଼ାଉ । ସୂଚନା ଯୋଗ୍ୟ ; ଜଣେ ହିତାଧିକାରୀ ପିଏମ୍ଇଜିପି (ପିଏମ୍ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍)ରୁ ଋଣ ପାଇଁ ଆବେଦନ କରିଥିଲେ। ତାଙ୍କୁ ଋଣ ସହଜରେ ନମିଳିବାରୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ବିପିନ ଦେହୁରୀ ଋଣ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସ ବିଭାଗରରେ ଅଭିଯୋଗ କରିଥିଲେ । ଏହା ପରେ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । Post navigation ୨୮ରେ ସମ୍ବଲପୁର ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ ନୂଆବର୍ଷରେ ମିଳିବ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡ଼ା