ଆକାଶରେ ମାଳ ମାଳ ମେଘ । ଶୀତ ଦିନେ ଅଦିନିଆ ବର୍ଷା ଆଣିଛି ଚାଷୀଙ୍କ ପାଇଁ ଦୁର୍ଦ୍ଦଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ଅମଳ ସମୟରେ ଏହି ଲଘୁଚାପ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି । ବିଲରେ ପାଚିଲା ଧାନ ବର୍ଷା ପାଣିରେ ଭାସୁଛି । କେତେକ ଚାଷୀ ଧାନ କାଟି କ୍ଷେତରେ ରଖିଥିବା ବେଳ ଏବେ ବର୍ଷା ସେମାନଙ୍କୁ କଲବଲ କରୁଛି । ବିଲରେ ଧାନ ରହିଥିବା ବେଳେ ବର୍ଷା ଯୋଗୁଁ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି। ଲଗାତାର ବର୍ଷା ଯୋଗୁ ଧାନ ଫସଲ ଗଜା ହୋଇ ଯିବା ନେଇ ଆଶଙ୍କା କରିଛନ୍ତି ଚାଷୀ । ପାଣିପାଗର ସତର୍କତା ସ୍ଵତ୍ତେ ମଧ୍ୟ ଏହି ପରି ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ । ବର୍ଷା ପୂର୍ବରୁ ପ୍ରଶାସନ ତରଫରୁ ଧାନକୁ ସୁରକ୍ଷିତ ରଖିବା ପାଇଁ କୌଣସି ପଦକ୍ଷପ ନିଆଗଲା ନାହିଁ। କି କୌଣସି ବିଧାୟକ ମଧ୍ୟ ଏହାର ତଦାରଖ କରିପାରିଲେ ନାହିଁ କି ଚାଷୀଙ୍କୁ ସତର୍କ ଓ ଧାନ ସୁରକ୍ଷିତ ପାଇ କୌଣସି ବ୍ୟବସ୍ଥା କରେଇ ପାରିଲେ ନାହିଁ । ଯାହାର ପରିଣାମ ଏବେ ଚାଷୀ ଭୋଗୁଛନ୍ତି। ବିଲରେ ପାଣି ଥିବା ଫଳରେ ଧାନ ନଷ୍ଟ ହେବ । ଧାନ ଭଲ ରହିଥିଲେ ସିନା ଏହାକୁ ଚାଷୀ ମଣ୍ଡିରେ ବିକ୍ରି କରିବ। ଚଳିତ ବର୍ଷ ଧାନ ମଣ୍ଡିରେ ଧାନର ମାନ ଯାଞ୍ଚ ହେବାକୁ ଥିବାବେଳେ ଏହି ଲଗାଣ ବର୍ଷା ଚାଷୀ ପାଇଁ ଦୁଃଖର କାରଣ ପାଲଟିଛି। ଯଦି ଧାନ ନଷ୍ଟ ହୋଇଯାଇଥାଏ ତେବେ ଚାଷୀ କରିବ କଣ ? ଧାନ ନଷ୍ଟ ହେଲେ କଣ କ୍ଷତିପୂରଣ ପ୍ରଦାନ କରିବ ସରକାର ? ଯଦି ପୂର୍ବରୁ ସରକାର ସଠିକ୍ ପଦକ୍ଷପ ହୋଇଥାନ୍ତେ ତେବେ ଚାଷୀଙ୍କର ଏହି ପରି ଦୁର୍ଦ୍ଦଶା ହୋଇଥାନ୍ତା । ଅନ୍ୟପଟେ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସିଥିବା ଚାଷୀ ହନ୍ତସନ୍ତ ହେଉଥିବାର ଦେଖାଯାଇଛି । ବର୍ଷା ଯୋଗୁଁ ମଣ୍ଡିରେ ଧାନ ନଷ୍ଟା ହେବାର ସମ୍ଭାବନା ଦେଖାଦେଇଛି । ତେବେ ଧାନ ନଷ୍ଟ ହେଲେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଧାନ ନଷ୍ଟ ହେଲେ କ୍ଷତିପୂରଣ ପ୍ରଦାନ କରାଯିବ । ସମସ୍ତ ମଣ୍ଡିରେ ଜରି ପାଲର ବ୍ୟବସ୍ଥା କରାଯାଇଛି । ତେଣୁ ମଣ୍ଡିରେ ଧାନ ଓଦା ହେବାର ସମ୍ଭାବନା କମ୍ ରହିଛି । ବିଲରେ ବର୍ଷା ଯୋଗୁଁ ଗଜା ହୋଇଯାଇପାରେ ଧାନ । ବର୍ଷା କମିଲେ ଧାନ ଶୁଖିଲା ପରେ ମଣ୍ଡିରେ କିଣାଯିବ ବୋଲି କହିଛନ୍ତି ମନ୍ତ୍ରୀ । Post navigation ହତାଶ ସେନାଙ୍କୁ ଧରି ବାହାରିବେ ନବୀନ ସାତପଡ଼ା-ଜହ୍ନିକୁଦା ବ୍ରିଜ ପାଇଁ ତତ୍ପରତା ଦେଖାଇଲେ ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର