ବଣ୍ଡାଘାଟିବାସୀଙ୍କୁ ମିଳିବ ଅଧିକ ୫୦ ହଜାର ଟଙ୍କା । ଆଜି ଆଜି ମାଲକାନଗିରି ବଣ୍ଡାଘାଟି ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଓ ଆବାସ ଯୋଜନାକୁ ନେଇ ସ୍ଥିତି ପରଖିବା ପରେ ସୂଚନା ଦେଇ କହିଛନ୍ତି ବଣ୍ଡାଘାଟିରେ ଲୋକଙ୍କୁ ଭେଟି ସୁଭଦ୍ରା ଓ ଆବାସ ଯୋଜନାକୁ ନେଇ ଆଲୋଚନା କରିଛି  । ସେମାନଙ୍କ ସହ ଆଲୋଚନା କରିବା ପରେ ବଣ୍ଡାଘାଟି ପାଇଁ ଅଧିକ ୫୦ ହଜାର ଟଙ୍କାର ଆବଶ୍ୟକତା ରହିଛି । ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଏଠି ଅଧିକ ଖର୍ଚ୍ଚ ହେଉଛି । ତେଣୁ ସେମାନଙ୍କ ଘର ତିଆରି ପାଇଁ ଆଉ ୫୦ ହଜାର ଟଙ୍କା ଦିଆଯିବ  ।

ଏଥିସହ ସୁଭଦ୍ରା ଯୋଜନାରେ ବଣ୍ଡାଘାଟିର ୨୯୩୨ ଆବେଦନ ରିଜେକ୍ଟ ହୋଇଥିଲା । ରିଜେକ୍ଟ ଆବେଦନର ସାନି ବିଚାର ହେବ । ସରକାରୀ ପ୍ରତିନିଧି ଘାଟିରେ ଘରକୁ ଘର ବୁଲି ଲୋକଙ୍କ ସହ ଆଲୋଚନା କରିବା ସହ ଏହି ସମସ୍ୟାର ସମାଧାନ କରିବେ ।

Leave a Reply

Your email address will not be published. Required fields are marked *