ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ୍ । ଟିମ୍ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନ୍ ଆଜି ଅବସର ଘୋଷଣା କରିଛନ୍ତି। ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ପରେ ଅଶ୍ୱିନ୍ ଏହି ଘୋଷଣା କରିଛନ୍ତି। ବୋଲିଂ ସହ ବ୍ୟାଟିଂରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦିନିକିଆ ଓ ଟି-୨୦ରେ ଅଶ୍ୱିନ୍ଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। କିନ୍ତୁ ଆଜି ବ୍ରିସବେନରେ ତୃତୀୟ ଟେଷ୍ଟ ପରେ ସେ ଖବରଦାତା ସମ୍ମିଳନୀରେ ଅବସର ଘୋଷଣା କରିଛନ୍ତି। ଅଶ୍ୱିନ ତାଙ୍କ କ୍ୟାରିୟର ଭାରତ ପାଇଁ ୧୦୬ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟ କ୍ରିକେଟ୍ରେ ୫୩୭ ୱିକେଟ୍ ନେଇଛନ୍ତି। ଏହା ସହ ସେ ୩୫୦୩ ରନ୍ ମଧ୍ୟ କରିଛନ୍ତି। ଅଶ୍ୱିନ୍ ଟେଷ୍ଟରେ ୬ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଶ୍ରେଷ୍ଠ ଟେଷ୍ଟ ସ୍କୋର ଥିଲା ୧୨୪ ରନ୍। ଅଶ୍ୱିନ୍ଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଏକ ଟେଷ୍ଟ ଇନିଂସରେ ୫୯ ରନ୍ ଦେଇ ୭ ୱିକେଟ୍ ରହିଛି। Post navigation ବର୍ଷା ସାଜିଲା ବାଧକ; ଭାରତ-ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟ ମ୍ୟାଚ୍ ଡ୍ର’ ଜାନୁଆରୀରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ ବିଜେଡି