ଭୁବନେଶ୍ଵରରେ ଏମ୍ସରେ ଦିନକୁ ଦିନ ଅଘଟଣ ଘଟିବାରେ ଲାଗିଛି । କର୍ତ୍ତୃପକ୍ଷ ଓ ସୁରକ୍ଷା କର୍ମୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ରୋଗୀମାନେ ଆତ୍ମହତ୍ୟା କରୁଥିବାର ଅଭିଯୋଗ ଉଠିଲାଣି । ୩ ଦିନରେ ଭୁବନେଶ୍ଵରରେ ଏମ୍ସରେ ୨ ଜଣ ଜୀବନହାରିବା ଘଟଣା ହସ୍ପିଟାଲର ସୁରକ୍ଷାକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତିନି ଦିନ ତଳେ ଜଣେ କର୍କଟ ରୋଗୀ ୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ସୋମ‌ବାର ବିଳମ୍ବିତ ରାତିରେ ଅସ୍ଥିଶଲ୍ୟ ବିଭାଗ ୱାର୍ଡରେ ଜଣେ ରୋଗୀ ପ୍ୟାନରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଯାଜପୁର ଜିଲ୍ଲା ସାମନ୍ତରାପୁର ଦିଲିପ୍ ସାହୁ (୭୦)। ସେହିପରି  ଏମ୍ସରେ ୬ ମାସ ତଳେ ଜଣେ ମାନସିକ ରୋଗୀ ୮ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।

ସୂଚନା ଯୋଗ୍ୟ; ଗତ କିଛି ମାସ ହେବ ଦିଲ୍ଲିପଙ୍କ ଆଣ୍ଠୁ ଯନ୍ତ୍ରଣା ହେଉଥିଲା। ତେଣୁ ଯାଜପୁରରୁ ଏମ୍ସ ଆସି ଚିକିତ୍ସା ହେଉଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ଗତ ୫ ତାରିଖରୁ ଦିଲିପ୍ ଆସି ଏମ୍ସରେ ଅସ୍ଥିଶଲ୍ୟ ବିଭାଗରେ ଆଡିମିସନ ହୋଇ ରହିଥିଲେ । ତାଙ୍କ ପାଖରେ ତାଙ୍କ ଝିଅ ରହୁଥିଲା। ଏମ୍ସରେ ଆଡିମିସନ ପରେ ତାଙ୍କ ଦେହର ଅନ୍ୟାନ୍ୟ କିଛି ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ତାଙ୍କର ଅନ୍ୟ କିଛି ଅସୁବିଧା ବାହାରିଥିଲା। ଦିଲ୍ଲୀପଙ୍କ ଆଉ କିଛି ଦିନ ମଧ୍ୟରେ ଆଣ୍ଠୁ ପ୍ରତ୍ଯାରୋପଣ ହେବ ବୋଲି ସ୍ଥିର କରାଯାଇଥିଲା। ଆଣ୍ଠୁ ଓ ଅନ୍ଯ କିଛି ଅସୁବିଧା ବାହାରିବା ପରେ ଦିଲ୍ଲିପ ମାନସିକ ଚାପରେ ରହୁଥିଲେ । ସେ ସୋମବାର ରେ ରାତିରେ ୱାର୍ଡରେ ଡାକ୍ତର ଓ ନର୍ସ ରୋଗୀ ମାନଙ୍କୁ ଦେଖିବା ପରେ ସବୁ ରୋଗୀ ନିଜ ନିଜ ବେଡ୍ କୁ ଶୋଇବାକୁ ଯାଇଥିଲେ। ପ୍ରବଳ ଶୀତ ହେଉଥିବାରୁ ଦିଲ୍ଲିପ ଶୋଇ ପଢିବା ପରେ ତାଙ୍କ ଝିଅ ତାଙ୍କ ପାଖରେ ନରହି ଏମ୍ସରେ ରୋଗୀ ସମ୍ପର୍କିୟ ମାନେ ବିଶ୍ରାମ ନେବାପାଇଁ ଥିବା ଧର୍ମଶାଳାକୁ ଶୋଇବାକୁ ଚାଲି ଯାଇଥିଲେ । ରାତିରେ ପାଖରେ ନିଜ ଝିଅ ନଥିବା ଓ ସମସ୍ତେ ଶୋଇପଢିବାର ସୁଯୋଗ ନେଇ ରାତି ପ୍ରାୟ ଗୋଟାଏ ବେଳେ ଦିଲ୍ଲୀପ ବେକରେ ଗାମୁଛା ବାନ୍ଧି ପଙ୍ଖାରେ ଝୁଲି ପଢିଥିଲେ । ୱାର୍ଡରେ ବା ଆଟେନାଣ୍ଟ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଅନ୍ୟ ଜଣେ ରୋଗୀଙ୍କୁ ଦେଖି ଆସିବା ବେଳେ ଦିଲ୍ଲିପ ପଙ୍ଖାରେ ଝୁଲୁଥିବା ଦେଖିଥିଲେ । ଏନେଇ ସେ ଡାକ୍ତରଖାନାର ଉପରିସୁ ଅଧିକାରୀଙ୍କୁ ଜଣାଇବା ସହ ଏମ୍ସ ଫାଣ୍ଡି ଓ ଖଣ୍ଡଗିରି ଥାନାକୁ ଖବର ଦେଇଥିଲେ ।

ଆଣ୍ଠୁ ଓ ଅନ୍ୟ କିଛି ଅସୁବିଧା ଜାଣିବା ପରେ ଦିଲ୍ଲିପ ମାନସିକ ଚାପରେ ଥିବା ପୁଲିସ ଅନୁମାନ କରୁଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଏମ୍ଭରେ ସବୁ ୱାର୍ଡରେ ରାତିରେ ଆଟେନାଣ୍ଟ ଓ ନର୍ସ ନିଯୁକ୍ତି ଅଛନ୍ତି । ତେଣୁ ଏତେ କଡା ସୁରକ୍ଷା ଭିତରେ କିପରି ଜଣେ ରୋଗୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ ?

Leave a Reply

Your email address will not be published. Required fields are marked *