ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି ଓ ସହାୟିକା ର୍କମୀ। ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଭୁବନେଶ୍ବର ଲୋୟର ପିଏମ୍ଜିରେ ହଜାର ହଜାର ଅଙ୍ଗନବାଡ଼ି କର୍ମୀଙ୍କ ଗଣବିକ୍ଷୋଭ । ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି, ବହିଷ୍କାର ହୋଇଥିବା କର୍ମୀଙ୍କୁ ପୁନଃନିଯୁକ୍ତି ସମେତ ୧୧ ଦଫା ଦାବି ସହ ହଟ୍ କୁକ ମିଲ୍ ପାଇଁ ମୁଣ୍ଡପିଛା ୭ ଟଙ୍କା ୨୦ ପଇସା ସର୍ବମୋଟ ମିଳୁଥିବା ବେଳେ ଏହାକୁ ବୃଦ୍ଧି ପାଇଁ ବି ଦାବି ମଧ୍ୟ କରାଯାଇଛି। ଅନ୍ୟପଟେ ଅଙ୍ଗନବାଡ଼ି ଓ ସହାୟିକାଙ୍କ ବିକ୍ଷୋଭ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ନୂଆ ସରକାର ଆସିବାର ମାତ୍ର ୬ ମାସ ହୋଇଛି । ପ୍ରଥମେ ସରକାର ସହ ଆଲୋଚନା କରନ୍ତୁ । ଆଲୋଚନା ପରେ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଆସନ୍ତୁ । Post navigation ଡିସେମ୍ବର ୨୫ରେ ହିତାଧିକାରୀଙ୍କୁ ମିଳିବନି ସୁଭଦ୍ରା ଟଙ୍କା ସିବିଆଇର ଜେରା ବେଳେ ଅସୁସ୍ଥ ହୋଇପଡିଲେ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା