ଉତ୍ତରପ୍ରଦେଶ ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଜାନୁଆରୀ ୧୩ ତାରିଖ ଦିନ ଆରମ୍ଭ ହେଉଥିବା ମହାକୁମ୍ଭ ୨୦୨୫ ପାଇଁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପ୍ରୟାଗରାଜରେ ୫ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେଇଛନ୍ତି ।ବିକାଶମୂଳକ କାର୍ଯ୍ୟର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି କୁମ୍ଭମେଳା ଏକତାର ପ୍ରତୀକ । ଏକ୍ ଭାରତ, ଶ୍ରେଷ୍ଠ ଭାରତର ଛବି ହେଉଛି କୁମ୍ଭମେଳା । ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ବ ଦେଉ ନଥିଲେ । କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି ।

ଶେଷ ମହାକୁମ୍ ୨୦୧୩ ରେ ପ୍ରୟାଗରାଜରେ ହୋଇଥିଲା ଏବଂ ପରବର୍ତ୍ତୀ ମହାକୁମ୍ ୨୦୨୫ ରେ ହେବାକୁ ଯାଉଛି । ୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ଯାଏ ମହାକୁମ୍ଭ ମେଳା ଚାଲିବ। ଏଥିରେ ପ୍ରାୟ ୪୦ କୋଟି ଲୋକଙ୍କର ସମାଗମ ଆଶା କରାଯାଉଛି। ପ୍ରତି ୧୨ ବର୍ଷରେ ଥରେ ପ୍ରୟାଗରାଜରେ ହୋଇଥାଏ ମହାକୁମ୍ଭ ମେଳା।

Leave a Reply

Your email address will not be published. Required fields are marked *